ETV Bharat / state

ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ, ଚାଷୀଙ୍କଠୁ ନେଉଥିଲେ ଲାଞ୍ଚ

author img

By

Published : Mar 14, 2023, 7:57 AM IST

Updated : Mar 14, 2023, 2:20 PM IST

ଭିଜିଲାନ୍ସ ଜାଲରେ ଚଣ୍ଡିଗାଁ ସେବା ସମବାୟ ସମିତି ସମ୍ପାଦକ । ଧାନ କିଣିବା ପାଇଁ ଚାଷୀଙ୍କଠାରୁ ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ
ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ
ଭିଜିଲାନ୍ସ ଜାଲରେ ସମବାୟ ସମିତି ସମ୍ପାଦକ

ଭଦ୍ରକ: ସରକାରୀ ବାବୁଙ୍କୁ ଅଣ୍ଟୁନି ସରକାରୀ ଦରମା । ଲାଞ୍ଚ ନେଇ ହରଡ଼ଘଣାରେ ପଡ଼ିଲେ ସମବାୟ ସମିତି ସମ୍ପାଦକ । ଧାନ କିଣିବା ପାଇଁ ଚାଷୀଙ୍କଠାରୁ ଲାଞ୍ଚ ନେବା ପଡିଲା ମହଙ୍ଗା । ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ଭଦ୍ରକ ଜିଲ୍ଲା ଚଣ୍ଡିଗାଁ ସେବା ସମବାୟ ସମିତି ସମ୍ପାଦକ । ଗତକାଲି(ସୋମବାର) ଜଣେ ଚାଷୀଙ୍କଠାରୁ ୯ ହଜାର ୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେବା ସମବାୟ ସମିତି ସମ୍ପାଦକ ତପନ କୁମାର ନାୟକ ଧରା ପଡିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛି । ଏନେଇ ଅଧିକ ଛାନଭିନ୍ ଜାରି ରଖିଛି ।

ଏହାମଧ୍ୟ ପଢନ୍ତୁ: ମୁଣ୍ଡ ଟେକୁଛି ବଡ଼ ବିପଦ, ୨୦୫୦ ବେଳକୁ ୨୦୦ କିମି ସମୁଦ୍ରକୂଳ ଲୀନ ହୋଇଯିବ!

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଚଣ୍ଡିଗାଁର ଚାଷୀ ଶ୍ରୀଧର ସାମଲ ନିଜର ୨୪୦ କ୍ବିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ପାଇଥିଲେ । ସେ ଆଇ ସ୍କାନ ପାଇଁ ସମବାୟ ସମିତିକୁ ଦୌଡ଼ିଦୌଡ଼ି ନୟାନ୍ତ ହେବା ପରେ ସମ୍ପାଦକ ତପନ ନାୟକଙ୍କୁ ଭେଟିଥିଲେ । ହେଲେ ଧାନ ବ୍ରିକୟ ପାଇଁ ସେବା ସମବାୟ ସମିତି ସମ୍ପାଦକ ତାଙ୍କୁ ଲାଞ୍ଚ ଦେବାକୁ କହିଥିଲେ । ଧାନ କ୍ବିଣ୍ଟାଲ ପିଛା ୪୦ ଟଙ୍କା ହିସାବରେ ୯ ହଜାର ୬୦୦ ଟଙ୍କା ଲାଞ୍ଚ ମାଗିଥିଲେ ତପନ ନାୟକ । ହେଲେ ଋଣ କରି ଚାଷ କରିଥିବା ଚାଷୀ ଏତେ ଟଙ୍କା ଦେବାକୁ ଅକ୍ଷମ ହୋଇଥିଲେ । ତେଣୁ ଶେଷରେ ସେ ବାଧ୍ୟ ହୋଇ ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ ।

ଏହାମଧ୍ୟ ପଢନ୍ତୁ: ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପରିବାର

ଏହାପରେ ଲାଞ୍ଚୁଆ ସମବାୟ ସମିତି ସମ୍ପାଦକଙ୍କୁ ଧରିବା ପାଇଁ ଭିଜିଲାନ୍ସ ବିଭାଗ ଯୋଜନା ପ୍ରସ୍ତୁତ କରିଥିଲା । ପୂର୍ବ ଯୋଜନା ମୁତାବକ ଚାଷୀ ଶ୍ରୀଧର ସମ୍ପାଦକଙ୍କୁ ୯୦୦୦ ଟଙ୍କା ଦେବେ ବୋଲି କହିଥିଲେ । ତପନ ନାୟକ ଚାଷୀଙ୍କଠାରୁ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ଏହାପରେ ଅଭିଯୁକ୍ତ ସମବାୟ ସମିତି ସମ୍ପାଦକଙ୍କୁ ହେପାଜତକୁ ନେବା ସହିତ ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲା । ଏହି ଘଟଣାରେ ଅଧିକ ତଦନ୍ତ ଆରମ୍ଭ ହୋଇଛି । ତେବେ ଏନେଇ ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, ଭଦ୍ରକ

Last Updated : Mar 14, 2023, 2:20 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.