ଭୁବନେଶ୍ବର: ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲାରେ ଗୋଟିଏ ନୂଆ 300 ଶଯ୍ୟା ବିଶିଷ୍ଟ ମେଡ଼ିକାଲ ଓ ଆଗରୁ ଥିବା ପୁରୁଣା ହସ୍ପିଟାଲର ସିଟ ବୃଦ୍ଧି କରିଛନ୍ତି । ଯେଉଁଥିପାଇଁ ଭଦ୍ରକବାସୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଛନ୍ତି ।
ମଙ୍ଗଳବାର ଜିଲ୍ଲାର ବିଧାୟକମାନଙ୍କ ନେତୃତ୍ବରେ ଶତାଧିକ ଜିଲ୍ଲାବାସୀ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହା ଭଦ୍ରକବାସୀଙ୍କ ଅନେକ ଦିନରୁ ଥିବା ଦାବି ପୂରଣ ଦିଗରେ ସହାୟକ ହେବ ବୋଲ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ