ETV Bharat / state

ଭଦ୍ରକ ପୌରାଞ୍ଚଳ: ଉପାଧ୍ୟକ୍ଷା ଆସନ ଜିତିଲା ବିଜେଡି

author img

By

Published : Apr 7, 2022, 8:03 PM IST

ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 6 ନମ୍ବର ୱାର୍ଡର କାଉନସିଲର ଅଞ୍ଜୁବାଳା ଜେନା ପୌରପରିଷଦର ଉପାଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଅଧିକ ପଢନ୍ତୁ

ଭଦ୍ରକ ପୌରାଞ୍ଚଳ: ଉପାଧ୍ୟକ୍ଷା ଆସନ ଜିତିଲା ବିଜେଡି
ଭଦ୍ରକ ପୌରାଞ୍ଚଳ: ଉପାଧ୍ୟକ୍ଷା ଆସନ ଜିତିଲା ବିଜେଡି

ଭଦ୍ରକ: ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 6 ନମ୍ବର ୱାର୍ଡର କାଉନସିଲର ଅଞ୍ଜୁବାଳା ଜେନା ପୌରପରିଷଦର ଉପାଧ୍ୟକ୍ଷା ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି । ଉପାଧ୍ୟକ୍ଷା ଆସନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟରେ କେବଳ ଅଞ୍ଜୁବାଳା ଜେନା ପ୍ରାର୍ଥିପତ୍ର ଦାଖଲ କରିଥିବାରୁ, ଯାଞ୍ଚ ପ୍ରକ୍ରିୟା ପରେ ତାଙ୍କୁ ବିଜୟୀ ଘୋଷଣା କରାଯାଇଛି । ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ 30 ୱାର୍ଡ ମଧ୍ୟ ରୁ, 4 ନମ୍ବର ୱାର୍ଡର ଏକ ଜନସ୍ଵାର୍ଥ ମାମଲା ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଏହି ୱାର୍ଡରେ କାଉନସିଲର ଭୋଟ ବନ୍ଦ ରହିଛି । ଅନ୍ୟ 29 ଟି ୱାର୍ଡରେ ପୌର ନିର୍ବାଚନ ଯଥାବିଧି ଅନୁଷ୍ଠିତ ହୋଇଯାଇଛି ।

ତେବେ ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେଡି 17 ଟି, କଂଗ୍ରେସ 6 ଟି, ସ୍ବାଧୀନ 5 ଟି ଏବଂ ବିଜେପି ମାତ୍ର ଗୋଟିଏ କାଉନସିଲର ଆସନ ଦଖଲ କରିଥିଲା । ଅନ୍ୟ ପକ୍ଷରେ ପୌରାଧ୍ୟକ୍ଷା ନିର୍ବାଚନ ରେ ସ୍ବାଧୀନ ପ୍ରାର୍ଥୀ ଗୁଲମକ୍କୀ ଦଲାୱାଜି ହବିବ 28 ହଜାର 115 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡିର ସମିତା ମିଶ୍ର 24 ହଜାର 859 ଖଣ୍ଡ ଭୋଟ ପାଇଥିଲେ। ଫଳରେ ବିଜେଡି ପ୍ରାର୍ଥୀ ସମିତା ମିଶ୍ର ଙ୍କୁ 3 ହଜାର 256 ଖଣ୍ଡ ଭୋଟରେ ହରାଇ ସ୍ବାଧୀନ ପ୍ରାର୍ଥୀ ଗୁଲମକ୍କୀ ଦଲାୱାଜି ହବିବ ବାଜିମାତ କରିଥିଲେ । ଯାହାକୁ ନେଇ ସେ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଥିଲେ ।

ଯାହାକି ଶାସକ ଦଳ ବିଜେଡି ବ୍ୟାକଫୁଟରେ ଥିଲା । ତେବେ ଆଜିର ପୌରପରିଷଦ ଉପାଧ୍ୟକ୍ଷା ଆସନ ହାତେଇବା ଦଳ ପାଇଁ କିଛିଟା ଆଶ୍ବସ୍ତି ଆଣିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.