ETV Bharat / state

ସୁଧୁରୁଛି ଭଦ୍ରକର ବନ୍ୟା ପରିସ୍ଥିତି

ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହ କମୁଛି । ଭଣ୍ଡାରିପୋଖରୀ ଓ ଧାମନଗର ଅଞ୍ଚଳରୁ ବନ୍ୟା ଜଳ ଧିରେ ଧିରେ କମୁଛି । ଚାନ୍ଦବାଲି ଅଞ୍ଚଳର ଚାଷଜମିରେ ଏବେବି ବନ୍ୟାପାଣି ଜମି ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ୟା ଜଳ ହ୍ରାସ ପାଇଯିବ ବୋଲି ଭଦ୍ରକ ଜିଲ୍ଲାପାଳ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 17, 2022, 10:18 PM IST

ସୁଧୁରୁଛି ଭଦ୍ରକର ବନ୍ୟା ପରିସ୍ଥିତି
ସୁଧୁରୁଛି ଭଦ୍ରକର ବନ୍ୟା ପରିସ୍ଥିତି

ଭଦ୍ରକ: ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀରେ ବନ୍ୟା ଜଳ ଧୀରେ ଧୀରେ କମୁଛି । ବୈତରଣୀ ରେ ବନ୍ୟା ଯୋଗୁଁ ତଳିଆ ଅଞ୍ଚଳରେ କିଛି ସ୍ଥାନରେ ଏବେ ମଧ୍ୟ ପାଣି ଘେରରେ ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବନ୍ୟାଜଳ ହ୍ରାସ ପାଇବ ନେଇ ଆକଳନ କରିଛି ଜିଲ୍ଲା ପ୍ରଶାସନ ।

ସୁଧୁରୁଛି ଭଦ୍ରକର ବନ୍ୟା ପରିସ୍ଥିତି

ଧୀରେ ଧୀରେ ସୁଧୁରୁଛି ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତି । ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୈତରଣୀ ନଦୀ । ବୈତରଣୀ ନଦୀ ଆଖୁଆପଦା ଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୧୭.୩୮ ରହିଛି । ସେପଟେ ବନ୍ୟା ସ୍ଥିତି ଯୋଗୁଁ ଜିଲ୍ଲାର କେତେକ ଅଞ୍ଚଳକୁ ଯୋଗଯୋଗା ବିଚ୍ଛିନ୍ନ ହୋଇଥିଲା ତେବେ ଆଜି ସେହିସବୁ ଅଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇଛି । ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର କହିଛନ୍ତି, ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଙ୍କେତ ଟପି ଯାଇଥିଲା । ଏବେ ଏଥିରେ ସୁଧାର ଆସୁଛି । ଜିଲ୍ଲାର ତିହିଡି, ଭଣ୍ଡାରୀପୋଖରୀ ଓ ଧାମନଗର ଅଞ୍ଚଳରେ ଜଳସ୍ତର ହ୍ରାସ ପାଇଛି । ଚାନ୍ଦବାଲି ଅଞ୍ଚଳର ଚାଷ ଜମିରେ ବନ୍ୟାପାଣି ଜମି ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଳସ୍ତର କମିଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳରେ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ସଜାଗ ରହିଛନ୍ତି । ବୋଟ ବ୍ୟବସ୍ଥା ମଧ୍ୟ କରାଯାଇଛି ।"

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.