ଭଦ୍ରକ: ମହାମାରୀ କୋରୋନାକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ତତ୍ପର । ଏପଟେ ଓଡିଶା ସରକାର ପଞ୍ଚାୟତ ସ୍ତରରେ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିବାରୁ ତିନୋଟି ଗାଁକୁ ସଟଡାଉନ ଘୋଷଣା କଲେ ଭଦ୍ରକ ଜିଲ୍ଲା ଗେଲଟୁଆ ସରପଞ୍ଚ ସରୋଜ ଦାସ । କୋରୋନା ସଂକ୍ରମଣକୁ ରୋକିବା ପାଇଁ ସରପଞ୍ଚ ଏହି ପଦକ୍ଷେପ ନେଇଛନ୍ତି ।
ସନ୍ଧ୍ୟା 5 ରୁ ରାତି 11 ପର୍ଯ୍ୟନ୍ତ ପଞ୍ଚାୟତର 3 ଗାଁ ହେବ ସଟଡାଉନ । ପ୍ରବାସୀ ଓଡ଼ିଆ ମାନେ ଅନ୍ୟ ପଞ୍ଚାୟତର କ୍ଵାରେଣ୍ଟାଇନ ସେଣ୍ଟରରୁ ଗେଲଟୁଆ ପଞ୍ଚାୟତର ଜଳଙ୍ଗା କ୍ଵାରେଣ୍ଟାଇନ ସେଣ୍ଟରକୁ ଆସୁଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଗେଲଟୁଆ ସରପଞ୍ଚ ଜଳଙ୍ଗା , ଗେଲଟୁଆ ଓ କୁଆପଦା ଗାଁକୁ ସଟଡାଉନ କରିଛନ୍ତି।
ଅନ୍ୟରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ ଆସୁଥିବାରୁ ପ୍ରବାସୀ ମଧ୍ୟ ଆସିବେ । ଯଦି ଅଧିକ ପ୍ରବାସୀ ଗାଁର କ୍ଵାରେଣ୍ଟାଇନ କେନ୍ଦ୍ରକୁ ଆସନ୍ତି ତେବେ ପୁଣି ସଟଡାଉନର ସମୟ ସୀମାକୁ ବଢ଼ାଇ ଦିଆଯାଇପାରେ ବୋଲି ସରପଞ୍ଚ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ