ETV Bharat / state

ଅଧ୍ୟାପକ ମରୁଡି, ଭଦ୍ରକ କଲେଜରେ ଶିକ୍ଷାଦାନ କରୁଛନ୍ତି ଠିକା ଅଧ୍ୟାପକ

author img

By

Published : Aug 6, 2019, 10:17 PM IST

ଭଦ୍ରକ କଲେଜରେ ଅଧ୍ୟାପକ ଅଭାବ । ଅଧ୍ୟାପକ ନଥିବାରୁ ଶିକ୍ଷାଦାନ କରୁଛନ୍ତି ଠିକା ଅଧ୍ୟାପକ । ଫଳରେ ଶିକ୍ଷାଗ୍ରହଣ ପାଇଁ ବାଧା ଉପୁଜୁଛି । ଏପଟେ ଖୁବଶୀଘ୍ର ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ।

ଡିଜାଇନ ଫଟୋ

ଭଦ୍ରକ: କୋମାରେ ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟ । ଆବଶ୍ୟକତା ଅନୁଯାୟୀ ଅଧାରୁ ଅଧିକ ଅଧ୍ୟାପକ ପଦବୀ ପଡିଛି ଖାଲି । ତେଣୁ ବିପର୍ଯ୍ୟସ୍ତ ହୋଇପଡିଛି ଶିକ୍ଷାଦାନ ବ୍ୟବସ୍ଥା । ଫଳରେ ଶିକ୍ଷାଗ୍ରହଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ଏନେଇ କର୍ତ୍ତୃପକ୍ଷ ବାରମ୍ବାର ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ହୋଇନାହିଁ ସମସ୍ୟାର ସମାଧାନ । ଏପଟେ ‘ଇଟିଭି ଭାରତ’କୁ ପ୍ରତିଶ୍ରୁତି ଦେଇ ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
1948 ମସିହା ରେ 31 ଏକର ପରିମିତ ପରିସରରେ ପ୍ରତିଷ୍ଠା ହୋଇଥିଲା ଭଦ୍ରକ ମହାବିଦ୍ୟାଳୟ । ପ୍ରଥମେ +2 ଏବଂ ପରେ +3 ବିଭାଗ ଖୋଲିଥିଲା । ହେଲେ 1976 ଶିକ୍ଷାବର୍ଷ ପର୍ଯ୍ୟନ୍ତ ଏଠାରେ ପିଜି ବିଭାଗ ନଥିଲା । ସେତେବେଳେ ଆବଶ୍ୟକ ମୋଟ 194 ଜଣ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ପରେ 2003 ମସିହାରେ ଏଠାରେ ପିଜି ବିଭାଗ ସହ ଅନ୍ୟାନ୍ୟ ଉଚ୍ଚଶିକ୍ଷା ବିଭାଗ ଖୋଲିଲା । ଏଥିସହ 2004 ମସିହାରେ ଏହା ସ୍ଵଂୟଶାସିତ ମହାବିଦ୍ୟାଳୟ ର ମାନ୍ୟତା ମଧ୍ୟ ପାଇଲା । ହେଲେ ଆଶ୍ଚର୍ଯ୍ୟର କଥା ଏଠାରେ ନିଯୁକ୍ତ 194 ଟି ଅଧ୍ୟାପକ ଅଧ୍ୟାପିକା ପଦବୀକୁ ସରକାର 120 କୁ ହ୍ରାସ କରିଦେଇଛନ୍ତି ।

ତେବେ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ଏହି 120 ଟି ସରକାରୀ ଅନୁମୋଦିତ ପଦବୀ ମଧ୍ୟରୁ କେବଳ 59 ଟି ପଦବୀ ରେ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି । ଅନ୍ୟ ପଦବୀ ଖାଲି ପଡିଛି । ଯାହାକି ଆବଶ୍ୟକତା ଅନୁଯାୟୀ ଅଧା ରୁ ଅଧିକ ପଦବୀ ଖାଲି ।

ଏପଟେ ନିଅଣ୍ଟିଆ ଅଧ୍ୟାପକ ସମସ୍ୟାରେ ଜୁଝୁଥିବା ଏହି କଲେଜ ଠିକା ଭିତ୍ତିରେ ଅଧ୍ୟାପକ ନିଯୁକ୍ତି ଦେଇ ଯେନତେନ ପ୍ରକାରେ ବିଭିନ୍ନ ଶ୍ରେଣୀ ଏବଂ ବିଭାଗର ପାଠ ପଢା ଜାରି ରଖିଛନ୍ତି । ତେବେ ଅଧ୍ୟାପକ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ଅଧ୍ୟୟନ କ୍ଷେତ୍ରରେ ସମସ୍ୟ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । କଲେଜରେ ବିଭିନ୍ନ ଶ୍ରେଣୀ ଏବଂ ବିଭାଗରେ 7000 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି ।

ତେବେ ସ୍ଵଂୟଶାସିତ ମହାବିଦ୍ୟାଳୟର ସ୍ଥିତି ନେଇ ଆମେ ଭଦ୍ରକ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଦୀର୍ଘଦିନ ଧରି ଲଗି ରହିଥିବା ଏହି ସମସ୍ୟାକୁ ପରୋକ୍ଷରେ ସ୍ଵୀକାର କରିଛନ୍ତି କଲେଜର ପୁରାତନ ଛାତ୍ର ତଥା ବର୍ତ୍ତମାନର ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ହେବ ବୋଲି ସେ ‘ଇଟିଭି ଭାରତ’କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ANCHOR : କୋମା ରେ ଭଦ୍ରକ ସ୍ଵଂୟଶାସିତ ମହାବିଦ୍ୟାଳୟ। ଆବଶ୍ୟକତା ଅନୁଯାୟୀ ଅଧା ରୁ ଅଧିକ ଅଧ୍ୟାପକ ପଦବୀ ଖାଲି। ତେଣୁ ବିପର୍ଯ୍ୟସ୍ଥ ହୋଇପଡିଛି ଶିକ୍ଷାଦାନ ବ୍ୟବସ୍ଥା। ଫଳରେ ଶିକ୍ଷାଗ୍ରହଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ। ଏନେଇ ବାରମ୍ବାର ସରକାର ଙ୍କୁ ଅବଗତ କରି ହାତ ଟେକି ଦେଇଛନ୍ତି କଲେଜ କତୃପକ୍ଷ। ଖୁବ ଶୀଘ୍ର ଏହି ସମସ୍ୟା ର ସମାଧାନ ହେବ ବୋଲି ଇଟିଭି ଭାରତ କୁ ପ୍ରତିଶ୍ରୁତି ଦେଇଛନ୍ତି ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ। ETV Bharat INVESTIGATE. Body:Vo_1 : 1948 ମସିହା ରେ 31 ଏକର ପରିମିତ ପରିସରରେ ପ୍ରତିଷ୍ଟିତ ହୋଇଥିଲା ଭଦ୍ରକ ମହାବିଦ୍ୟାଳୟ। ପ୍ରଥମେ +2 ଏବଂ ପରେ +3 ବିଭାଗ ଖୋଲିଥିଲା। ହେଲେ 1976 ଶିକ୍ଷାବର୍ଷ ପର୍ୟ୍ୟନ୍ତ ଏଠାରେ ପିଜି ବିଭାଗ ନଥିଲା। ସେତେବେଳେ ଆବଶ୍ୟକ ମୋଟ 194 ଜଣ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ସରକାରୀ ସ୍ତରରେ ନିଯୁକ୍ତି ପ୍ରଦାନ କରାଯାଇଥିଲା। 2003 ମସିହା ରେ ଏଠାରେ ପିଜି ବିଭାଗ ସହ ଅନ୍ୟାନ୍ୟ ଉଚ୍ଚଶିକ୍ଷା ବିଭାଗ ଖୋଲିଲା। ଏଥିସହ 2004 ମସିହାରେ ଏହା ସ୍ଵଂୟଶାସିତ ମହାବିଦ୍ୟାଳୟ ର ମାନ୍ୟତା ମଧ୍ୟ ପାଇଲା। ହେଲେ ଆଶ୍ଚର୍ଯ୍ୟର କଥା ଏଠାରେ ନିଯୁକ୍ତ 194 ଟି ଅଧ୍ୟାପକ ଅଧ୍ୟାପିକା ପଦବୀ କୁ ସରକାର 120 କୁ ହ୍ରାସ କରିଦେଲେ। ହେଲେ ଦୁର୍ଭାଗ୍ୟର ବିଷୟ ବର୍ତ୍ତମାନ ଏହି 120 ଟି ସରକାରୀ ଅନୁମୋଦିତ ପଦବୀ ମଧ୍ୟରୁ କେବଳ 59 ଟି ପଦବୀ ରେ ଅଧ୍ୟାପକ ଅଧ୍ୟାପିକା ଅଛନ୍ତି। ଅନ୍ୟ ପଦବୀ ଖାଲି ପଡିଛି। ଯାହାକି ଆବଶ୍ୟକତା ଅନୁଯାୟୀ ଅଧା ରୁ ଅଧିକ ପଦବୀ ଖାଲି। ତେଣୁ ବିଭିନ୍ନ ଶ୍ରେଣୀ ଏବଂ ବିଭାଗରେ ବାଧ୍ୟ ହୋଇ କଲେଜ କତୃପକ୍ଷ ଠିକା ଭିତ୍ତିରେ ଅଧ୍ୟାପକ ନିଯୁକ୍ତି ଦେଇ ଯେନତେନ ପ୍ରକାରେ ପାଠ ପଢା ଜାରି ରଖିଛନ୍ତି। ଏନେଇ ବାରମ୍ବାର ସରକାର ଙ୍କୁ ଅବଗତ କରି ଶେଷରେ ହାତ ଟେକି ଦେଇଛନ୍ତି କଲେଜ କତୃପକ୍ଷ। ଏହିପରି ଶିକ୍ଷକ ସମସ୍ୟା ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା ଅଧ୍ୟୟନ କ୍ଷେତ୍ରରେ ସମସ୍ୟ ସ୍ରୁଷ୍ଟି ହେଉଛି ବୋଲି ସେମାନେ କହିଛନ୍ତି।
Bite_1 : ଡାକ୍ତର ପ୍ରସନ୍ନ କୁମାର ବିଶ୍ଵାଳ_ଅଧ୍ୟକ୍ଷ
Bite_2 : ଚିନ୍ମୟୀ ପାଣିଗ୍ରାହୀ_ ଛାତ୍ରୀ

Vo_2 : ବିଭିନ୍ନ ଶ୍ରେଣୀ ଏବଂ ବିଭାଗରେ 7000 ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରନ୍ତି। ହେଲେ ଅଧ୍ୟାପକ ଅଧ୍ୟାପିକା ମରୁଡି ଯୋଗୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅବକ୍ଷୟ ଦେଖାଦେଇଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ। 2022 ପର୍ୟ୍ୟନ୍ତ ବଳବତ୍ତର ଥିବା ଉତ୍ତର ଓଡିଶାର ଏକମାତ୍ର ସ୍ଵଂୟଶାସିତ ମହାବିଦ୍ୟାଳୟ ର ଏହିପରି ସ୍ଥିତି ନେଇ ଆମେ ଭଦ୍ରକ ବିଧାୟକ ଙ୍କର ଦୃଷ୍ଟି ଆକର୍ଷଣ କରିଥିଲୁ । ଦୀର୍ଘଦିନ ଧରି ଲଗି ରହିଥିବା ଏହି ସମସ୍ୟାକୁ ପରୋକ୍ଷରେ ସ୍ଵୀକାର କରିଛନ୍ତି କଲେଜର ପୁରାତନ ଛାତ୍ର ତଥା ବର୍ତ୍ତମାନର ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ହେବ ବୋଲି ସେ ଇଟିଭି ଭାରତ କୁ ପ୍ରତିଶ୍ରୁତି ଦେଇଛନ୍ତି।
Bite_3 : ଉଇଲସନ ପାତ୍ର_ଛାତ୍ର
Bite_4 : ସଞ୍ଜୀବ କୁମାର ମଲ୍ଲିକ_ଭଦ୍ରକ ବିଧାୟକConclusion:FVO : ଦୀର୍ଘ ଚାରି ଦଶନ୍ଧି ରୁ ଉର୍ଦ୍ଧ୍ଵ ହେବ ଲାଗି ରହିଥିବା ଏହି ପୁରାତନ କଲେଜ ରେ କେବେ ଅଧ୍ୟାପକ ଅଧ୍ୟାପିକା ସମସ୍ୟା ଦୂର ହେବ ? କେବେଠୁ ସୂଚାରୁ ଶିକ୍ଷା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବ ? ସେନେଇ ଉଠିଛି ପ୍ରଶ୍ନ ?
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.