ETV Bharat / state

Mamita Murder Case: ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା - ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ମମିତା ମେହେର ହତ୍ୟା ଘଟଣା । ପୀଡ଼ିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା । ଅଧିକ ପଢନ୍ତୁ

Mamita Meher Murder Mystery: ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

author img

By

Published : Dec 5, 2021, 7:14 PM IST

ଭଦ୍ରକ: ମମିତା ମେହେର ମୃତ୍ୟୁ ଘଟଣାର ସିବିଆଇ(CBI) ତଦନ୍ତ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିଜେପି ଯୁବ ମୋର୍ଚ୍ଚା ଋଣ ହୁଙ୍କାର ଦେଇଛି । ଚଳିତ ମାସ 9 ତାରିଖ ଦିନ ଓଡି଼ଶା ବିଧାନସଭା ସମ୍ମୁଖରେ ବିକ୍ଷୋଭ ପଦର୍ଶନ ସହିତ ଘେରାଉ କରିବ ବୋଲି ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି ।

Mamita Meher Murder Mystery: ଆସନ୍ତା ୯ରେ ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା

ଏଥିଲାଗି ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ମାନସ ଦତ୍ତ, ରାଜ୍ୟ ଯୁବ ମୋର୍ଚ୍ଚାର ସଂଯୋଜକ ସୂର୍ଯ୍ୟାବଂଶୀ ସୁରଜଙ୍କ ସହିତ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର ବହୁ ଛାମୁଆ ସଂଗଠକମାନେ ଯୋଗ ଦେଇଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରୁ 5 ହଜାର କର୍ମୀ କିପରି ଯୋଗ ଦେବେ ସେ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି।

ତେବେ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ କେବଳ ଭଦ୍ରକ ଜିଲ୍ଲାରୁ 2 ହଜାର କର୍ମୀ ଯୋଗ ଦେବେ । ଯେପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି କହିଛନ୍ତି ଯୁବମୋର୍ଚ୍ଚା ରାଜ୍ୟ ଉପସଭାପତି ମାନସ ଦତ୍ତ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.