ETV Bharat / state

ଶୁଖିଲା ପଡ଼ିଛି ମୁଖ୍ୟ କେନାଲ, ଏଥର ଚାଷୀ ନୁହେଁ ଚାଷ ବଞ୍ଚିବାକୁ କରୁଛି ସଂଘର୍ଷ - ବରଗଡ ଜିଲ୍ଲାରେ ଶୁଖିଲା ପଡିଛି ଶହଶହ ଧାନକୀଆରି

ଚିନ୍ତାରେ ଚାଷୀକୂଳ। ବରଗଡ ଜିଲ୍ଲାରେ ଶୁଖିଲା ପଡିଛି ଶହଶହ ଏକର ଧାନ କିଆରି । ଆଠ ଦିନ ଧରି କେନାଲରେ ପାଣି ନଆସିବା କାରଣରୁ ବିଲରେ ପାଣି ନାହିଁ, ମାଟି ଫାଟି ଆଁ କରିଛି । ଅଧିକ ପଢ଼ନ୍ତୁ

ବରଗଡ ଜିଲ୍ଲାରେ ଶୁଖିଲା ପଡିଛି ଶହଶହ ଏକରର ଧାନକିଆରି
ବରଗଡ ଜିଲ୍ଲାରେ ଶୁଖିଲା ପଡିଛି ଶହଶହ ଏକରର ଧାନକୀଆରି
author img

By

Published : Mar 5, 2023, 5:40 PM IST

ବରଗଡ ଜିଲ୍ଲାରେ ଶୁଖିଲା ପଡିଛି ଶହଶହ ଏକରର ଧାନକୀଆରି

ବରଗଡ: ସୁନ୍ଦର ଦେଖାଯାଉଛି ଛୋଟଛୋଟ ସବୁଜ ଧାନକିଆରି । ହେଲେ ଧାନକିଆରିରେ ଚାରା ବଞ୍ଚାଇବା ଏବେ ମୁସ୍କିଲ୍‌ ହୋଇ ପଡ଼ିଛି । ବିଲରେ ପାଣି ନଥିବାରୁ ମାଟି ଫାଟି ଆଁ କଲାଣି । ଗୋଟିଏ ପଟେ ପ୍ରବଳ ଖରା ହେଉଥିବା ବେଳେ ଅନ୍ୟ ପଟେ ଆଠ ଦିନ ହେଲା ବିନା ପାଣିରେ ଧାନ କିଆରିରେ ଚାରା ମଉଳି ଯିବାକୁ ବସିଛି । ଏପରି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ । ଚାଷୀ ତାର ଫସଲ ବଞ୍ଚାଇବାକୁ ସଂଘର୍ଷ କରୁଛି । ଫସଲକୁ ପ୍ରଚୁର ପାଣି ଯୋଗାଇ ଦେଉଥିବା ମୁଖ୍ୟ କେନାଲ ଏବେ ଶୁଖିଲା ହୋଇପଡିଛି ।

ମୁଖ୍ୟ କେନାଳରେ ଫାଟ କାରଣରୁ ଚାଲିଛି ମରାମତି କାମ ଏବଂ ଦୀର୍ଘ 8 ଦିନ ହେଲା ବନ୍ଦ କରିଦିଆଯାଇଛି କେନାଳର ପାଣି । ମୁଖ୍ୟ କେନାଲ ସଂପୂର୍ଣ୍ଣ ବନ୍ଦ ଥିବା କାରଣରୁ ଚାଷୀଙ୍କ ଫସଲ ପାଣି ଅଭାବରେ ନଷ୍ଟ ହେବାରେ ଲାଗିଲାଣି । ଖରିଫ ଫସଲର ଧାନ ଅମଳ ପରେ ଏବେ ରବି ଚାଷ ପାଇଁ ବରଗଡ ଜିଲ୍ଲାର ଜଳସେଚିତ ଅଞ୍ଚଳର ଚାଷୀମାନେ ଧାନଚାଷ ପାଇଁ ଅଣ୍ଟାଭିଡି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ଆଠ ଦିନ ହେଲା କେନାଲରେ ପାଣି ବନ୍ଦ କରଣରୁ ଚିନ୍ତାରେ ଚାଷୀକୂଳ । ହୀରାକୁଦ ଜଳଭଣ୍ଡାରରୁ ଚାଷୀଙ୍କ ଚାଷ କାମ ପାଇଁ ମୁଖ୍ୟ କେନାଲ ଦେଇ ଆସିଥାଏ ପାଣି ।

ଏହି କେନାଲ ପାଣି ଦ୍ଵାରା ବରଗଡ ଜିଲ୍ଲାର 1 ଲକ୍ଷ 30 ହଜାର ହେକ୍ଟର ଚାଷଜମିରେ ଧାନ ଚାଷ ହୋଇଥାଏ । କେନାଲ ପାଣି ବନ୍ଦ କାରଣରୁ କେନାଲ ପାଣି ମାଡୁଥିବା ପ୍ରାୟ 1 ଲକ୍ଷ 30 ହଜାର ହେକ୍ଟର ଜମିରୁ 50 ହଜାର ହେକ୍ଟର ଜମି ବ୍ୟାପକ ଭାବେ ପ୍ରଭାବିତ ହୋଇଥିଛି । ପାଖାପାଖି 4 ହଜାର ହେକ୍ଟର ଜମି ନଷ୍ଟ ହୋଇଥିବା ଜଣାପଡିଛି । ପ୍ରାୟ 40 ହଜାରରୁ ଅଧିକ ଚାଷୀ ପ୍ରଭାବିତ ହୋଇଥିବା ବେଳେ ଯଦି ଶୀଘ୍ର କେନାଲ ପାଣି ଛଡା ନଯାଉଛି ତେବେ ଆଗକୁ ଲକ୍ଷ ଲକ୍ଷ ଚାଷୀଙ୍କ ଅବସ୍ଥା ସାଂଘାତିକ ହେବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ନେତା ରମେଶ ମହାପାତ୍ର । ଅନ୍ୟପଟେ କେନାଲ ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ଏବଂ ଚାଷ ଜମିକୁ ପାଣି ଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.