ETV Bharat / state

ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀ ଓ ପରିଚାଳନା କମିଟି ବିବାଦ: ବକେୟା ଦରମା ଦାବିରେ କର୍ମଚାରୀଙ୍କ ଧାରଣା

author img

By

Published : Apr 26, 2023, 10:40 PM IST

ଭଦ୍ରକସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜରେ ଦିନକୁ ଦିନ ଘନେଇବାରେ ଲାଗିଛି ପରିଚାଳନା କମିଟି ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ବିବାଦ । ତେବେ ୧୮ ମାସର ବକେୟା ଦରମା ପାଇନଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ଦେଇଛନ୍ତି କଲେଜର କର୍ମଚାରୀ । ଅଧିକ ପଢ଼ନ୍ତୁ

ବକେୟା ଦରମା ଦାବିରେ ବରପଦା ଇଞ୍ଜିନିୟରିଂ କଲେଜ କର୍ମଚାରୀଙ୍କ ଧାରଣା

ଭଦ୍ରକ: ଉତ୍ତର ଓଡ଼ିଶାର ପ୍ରାଚୀନ ଏବଂ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ହେଉଛି ଭଦ୍ରକସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜ । ହେଲେ ୨୦୧୫ ମସିହାରୁ ଆରମ୍ଭ ହୋଇଥିବା କଲେଜର ପରିଚାଳନା ଦାୟିତ୍ବରେ ଥିବା କମିଟି ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ବିବାଦ କଲେଜର ପିଛା ଛାଡୁନି । ଫଳରେ କଲେଜ କର୍ମଚାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ୧୮ ମାସର ବକେୟା ଦରମା ପାଇନଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଦାବିପତ୍ର ଦେଇଛନ୍ତି କଲେଜର କର୍ମଚାରୀ ।

ତେବେ କଲେଜ ପରିଚାଳନା ଦାୟିତ୍ବରେ ଥିବା କମିଟି ଏବଂ କର୍ମଚାରୀ ମାନଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବା ପରେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ କଲେଜ ପରିଚାଳନା ଦାୟିତ୍ବ ଭଦ୍ରକ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଉଚ୍ଚ ନ୍ୟାୟାଳୟ ଏକ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ପୁନର୍ବାର କଲେଜ ପରିଚାଳନା ଦାୟିତ୍ବରେ ଥିବା କମିଟି ହାତକୁ ଯାଇଥିଲା କଲେଜ ପରିଚାଳନା ଦାୟିତ୍ବ । ତେବେ ଏବେ ପର୍ଯ୍ୟନ୍ତ ମଧ୍ୟ ବରପଦା ଇଞ୍ଜିନିୟରିଂ କଲେଜର ପରିଚାଳନାଗତ ବିବାଦ ହାଇକୋର୍ଟରେ ବିଚାରାଧୀନ ରହିଛି ।

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ସର୍ତ୍ତମୂଳକ ଭାବେ ଏହାର ପରିଚାଳନା ଦାୟିତ୍ବ ପରିଚାଳନା କମିଟିକୁ ପ୍ରଦାନ କରାଯାଇଛି । ସେହି ସର୍ଭେ ଗୁଡ଼ିକ ମଧ୍ୟରେ ଗୋଟିଏ ସର୍ତ୍ତ ରହିଛି ଯେ, କଲେଜ ପରିଚାଳନା କମିଟି ପ୍ରତିମାସ ୭ ତାରିଖ ମଧ୍ୟରେ କଲେଜ କର୍ମଚାରୀ ମାନଙ୍କୁ ସେମାନଙ୍କ ଦରମା ପ୍ରଦାନ କରିବା ପାଇଁ ବାଧ୍ୟ । ଯାହାକୁ କଲେଜ ପରିଚାଳନା କମିଟି ପାଳନ କରି କଲେଜକୁ ଚଳାଇ ଆସିଥିଲା । ହେଲେ କଲେଜ କର୍ମଚାରୀ ମାନଙ୍କୁ ସେମାନଙ୍କ ୧୮ ମାସର ବକେୟା ଦରମା ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଛି । ଫଳରେ କଲେଜ କର୍ମଚାରୀ ମାନେ ଏହିପରି ଦୀର୍ଘ ଦିନ ଧରି ଦରମା ନପାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିସହ ସେମାନେ ତଥା ତାଙ୍କ ପରିବାର ସଦସ୍ୟ ମାନଙ୍କ ଜୀବନ ଏବେ ଦୁର୍ବିଶହ ହୋଇପଡିଥିବା କହିଛନ୍ତି କଲେଜ କର୍ମଚାରୀ ମାନେ ।

ତେବେ ଏହାର ପ୍ରତିବାଦରେ କଲେଜର କର୍ମଚାରୀ ମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । କର୍ମଚାରୀ ମାନଙ୍କ ଅଭିଯୋଗ ତଥା ଦାବି ମୁତାବକ, ବରପଦା ଇଞ୍ଜିନିୟରିଂ କଲେଜ ରାଜ୍ୟର ଏକ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ସେଠାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଶୋଷଣ କରାଯାଉଛି । କର୍ମଚାରୀମାନଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରିବା ସହିତ ସେମାନଙ୍କୁ ନିୟମିତ ଭାବେ ଦରମା ଦେବାକୁ ଦାବି କରାଯାଇଛି । ଏହା ସହିତ ଅବସର ଗ୍ରହଣ କରୁଥିବା କର୍ମଚାରୀ ମାନଙ୍କ ପ୍ରାପ୍ୟ ଉଦ୍ଦେଶ୍ୟ ମୂଳକ ଭାବେ ବିଳମ୍ବ କରାଯାଉଥିବାରୁ, ଜିଲ୍ଲାପାଳ ଏସବୁ ଦିଗକୁ ଦୃଷ୍ଟି ଦେଇ କର୍ମଚାରୀ ମାନଙ୍କ ଦାବି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କର୍ମଚାରୀ ମାନେ ଦାବି କରିଛନ୍ତି । ଆଗାମୀ ଦିନରେ ଦାବି ପୂରଣ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବା ସହ ପରବର୍ତ୍ତୀ ସମୟରେ ପରିବାର ସହ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ହେଲେ ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନଥିବା ବେଳେ କଲେଜ ପରିଚାଳନା ଦାୟିତ୍ବରେ ଥିବା କମିଟି ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିବାକୁ ନାରାଜ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.