ETV Bharat / state

କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବ୍ୟାଙ୍କ କର୍ମଚାରୀ, ସଟ‌ଡାଉନ ହେଲା ବ୍ୟାଙ୍କ

author img

By

Published : Jul 4, 2020, 5:41 PM IST

କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ବ୍ୟାଙ୍କ କର୍ମଚାରୀ ଆସିବାରୁ ବିଶୋଧନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ ହୋଇଛି ସମ୍ପୃକ୍ତ ବ୍ୟାଙ୍କ ।

corona situation in bhadrak, bank shut down in bhadrak, bank staff in contact with corana affected, bhadrak latest news, corona update in bhadrak, ଭଦ୍ରକରେ କୋରୋନା ପରିସ୍ଥିତି, ଭଦ୍ରକରେ ବ୍ୟାଙ୍କ ସଟଡାଉନ, କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବ୍ୟାଙ୍କ କର୍ମଚାରୀ, ଭଦ୍ରକ ଲାଟେଷ୍ଟ ନ୍ୟୁଜ୍‌, ଭଦ୍ରକରେ କୋରୋନା ଅପଡେଟ
କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ବ୍ୟାଙ୍କ କର୍ମଚାରୀ, ସଟ୍‌ଡାଉନ ହେଲା ବ୍ୟାଙ୍କ

ଭଦ୍ରକ: କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଜଣେ ବ୍ୟାଙ୍କ କର୍ମଚାରୀ ଆସିବାରୁ ବିଶୋଧନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ ହୋଇଛି ସମ୍ପୃକ୍ତ ବ୍ୟାଙ୍କ । ଏ ହେଉଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ୟୁକୋ ବ୍ୟାଙ୍କର ଦୃଶ୍ୟ । ସୁରକ୍ଷା ଦୃଷ୍ଟିରୁ ବିଶୋଧନ ପାଇଁ ଶନିବାର ମଧ୍ୟାହ୍ନରୁ ବ୍ୟାଙ୍କ ବନ୍ଦ ରଖାଯାଇଛି ।

ସୂଚନା ଅନୁଯାୟୀ ଜଣେ କୋରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ଜଣା ପଡିଥିଲା କି ତାଙ୍କ ସଂସ୍ପର୍ଶରେ ବ୍ୟାଙ୍କର ଜଣେ କର୍ମଚାରୀ ଆସିଛନ୍ତି । ଏହା ଜଣା ପଡିବା ପରେ ବ୍ୟାଙ୍କକୁ ଆସିଥିବା ଗ୍ରାହକଙ୍କୁ ଫେରାଇ ଦିଆଯିବା ସହ ବିଶୋଧନ ପାଇଁ ବ୍ୟାଙ୍କକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯିବା ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏଁ ବ୍ୟାଙ୍କ ବନ୍ଦ ରହିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.