ETV Bharat / state

ଦୁଇ ସେବା ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବନ, ଆନ୍ଦୋଳନ ଚେତାବନୀ ଦେଲା କର୍ମଚାରୀ ସଂଘ

author img

By

Published : Apr 26, 2023, 9:01 AM IST

ତିହିଡ଼ି ବ୍ଲକର ଦୁଇଟି ସେବା ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ ପ୍ରତିବାଦରେ ବାଲେଶ୍ୱର-ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଚେତାବନୀ । ଅଧିକ ପଢ଼ନ୍ତୁ

balasore bhadrak cooperative society
ବାଲେଶ୍ବର ଭଦ୍ରକ ସେବା ସମବାୟ ସମିତି
ବାଲେଶ୍ବର ଭଦ୍ରକ ସେବା ସମବାୟ ସମିତି

ଭଦ୍ରକ: ତିହିଡ଼ି ବ୍ଲକର ଦୁଇଟି ସେବା ସମବାୟ ସମିତି ସମ୍ପାଦକଙ୍କୁ ନିଲମ୍ବନ ପ୍ରତିବାଦରେ ତେଜୁଛି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ । କଳାବ୍ୟାଚ ପିନ୍ଧି ଧାରଣା ଦେବା ନେଇ ବାଲେଶ୍ୱର-ଭଦ୍ରକ ଜିଲ୍ଲା ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ମଙ୍ଗଳପୁର ସେବା ସମବାୟ ସମିତି ପରିସରରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛି ସେବା ସମବାୟ ସମିତି କର୍ମଚାରୀ ସଂଘ ।

ସୂଚନା ଅନୁଯାୟୀ, ତିହିଡ଼ି ବ୍ଳକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସମ୍ପାଦକ କାଳିନ୍ଦୀ ଚରଣ ଦାସ ଏବଂ ନିଶ୍ଚିନ୍ତପୁର ସେବା ସମବାୟ ସମିତି ସମ୍ପାଦିକା ଗୀତାଞ୍ଜଳି ଦାସଙ୍କୁ ବେଆଇନ ଭାବେ ସଭାପତି ନିଲମ୍ବନ କରିଥିବା ବୋଲି ଅଭିଯୋଗ ହୋଇଛି । ସଂପୃକ୍ତ ଦୁଇ ସମବାୟ ସମିତିର ସଭାପତିମାନେ କ୍ଷମତା ବାହାରକୁ ଯାଇ ସମ୍ପାଦକ ମାନଙ୍କୁ ନିଲମ୍ବନ କରିଥିବା କୁହାଯାଇଛି । ଯାହାକୁ ନେଇ ଏବେ ବାଲେଶ୍ୱର,ଭଦ୍ରକ ସେବା ସମବାୟ ସମିତି କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନ ଦାନା ବାନ୍ଧୁଛି । ଏ ଦିଗରେ ସେବା ସମବାୟ ସମିତିର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି । ଏନେଇ ସଂଘ ସଭାପତି କହିଛନ୍ତି, " ଆଇନ ଅନୁଯାୟୀ ନିବନ୍ଧକ ସମବାୟ ସମିତି ସମୂହ, ଓଡ଼ିଶାଙ୍କ ବିନା ଅନୁମୋଦନରେ ଏହିପରି କୌଣସି ନିଲମ୍ବନ କରାଯାଇ ପାରିବନାହିଁ । ଏହା ପୂର୍ବରୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ନେଇ ବିଧିବ୍ୟବସ୍ଥା ରହିଛି । ହେଲେ କୌଣସି କାରଣ ଦର୍ଶାଅ ନୋଟିସ ଦିଆଯାଇନାହିଁ ବା କୌଣସି ରିଜୋଲ୍ୟୁସନ ମଧ୍ୟ କରାନଯାଇ ନିବନ୍ଧକ ସମବାୟ ସମିତି ସମୂହ, ଓଡ଼ିଶାର ବିନା ଅନୁମୋଦନରେ ଏହି ନିଲମ୍ବନ କରାଯାଇଛି ।"

ଧାନ କ୍ରୟ ସମୟରେ ଉଭୟ ସେବା ସମବାୟ ସମିତିର ସଭାପତି, ସମ୍ପାଦକଙ୍କୁ କିଛି ଅସାଧୁ ଉପାୟ ଅବଲମ୍ବନ କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସୂଚନା ମିଳିଛି । ହେଲେ ସଭାପତିଙ୍କ କୌଣସି ବେଆଇନ କଥାକୁ ସମ୍ପାଦକ ଦ୍ୱୟ କାର୍ଯ୍ୟକାରୀ କରିନଥିଲେ । ଏହିପରି ବିବାଦକୁ କେନ୍ଦ୍ର କରି ସେବା ସମବାୟ ସମିତିର ସଭାପତି, ସମ୍ପାଦକଙ୍କୁ ହଠାତ ନିଲମ୍ବନ ଆଦେଶ ସମ୍ପର୍କରେ ସୂଚନା ଦେଇଥିଲେ । ଯାହାକି ସମ୍ପୂର୍ଣ୍ଣ ବେଆଇନ ତଥା ଉଦେଶ୍ୟମୂଳକ ଭାବେ ନିଲମ୍ବନ କରିଥିବା ଅଭିଯୋଗ କରିଛି ବାଲେଶ୍ୱର ଭଦ୍ରକ ସେବା ସମବାୟ ସମିତି କର୍ମଚାରୀ ସଂଘ । ତେବେ ସମ୍ପାଦକ ଦ୍ୱୟଙ୍କୁ ବେଆଇନ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାନଗଲେ ତିହିଡ଼ି ବ୍ଲକର 16ଟି ସେବା ସମବାୟ ସମିତିର କର୍ମଚାରୀମାନେ ଆସନ୍ତା ମେ’ ମାସ 15 ତାରିଖ ଠାରୁ କଳାବ୍ୟାଚ ପରିଧାନ କରିବେ ।

ଏହାପରେ ଯଦି କୌଣସି ଦ୍ୱିପାକ୍ଷିକ ଆଲୋଚନା କରାଯାଇ ସମସ୍ୟାର ସମାଧାନ ନହେଲା, ତାହାଲେ ମେ ମାସ 23 ତାରିଖ ଠାରୁୁ କେନ୍ଦ୍ର ସମବାୟ ବ୍ୟାଙ୍କ, ତିହିଡ଼ି ଶାଖା ପରିସରରେ ସମସ୍ତ କର୍ମଚାରୀ ଗଣଧାରଣାରେ ବସିବେ । ଆବଶ୍ୟକ ହେଲେ ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାର ସମସ୍ତ ସେବା ସମବାୟ ସମିତିକୁ ଅଚଳ କରାଦିଆଯିବ । ଏହା ଦ୍ୱାରା ଋଣୀ, ଚାଷୀ ଓ ଜମାକାରୀ ମାନଙ୍କର ଯାହା କ୍ଷତି ହେବ ସେଥିପାଇଁ ସେବା ସମବାୟ ସମିତି ପଦାଧିକାରୀମାନେ ଦାୟୀ ରହିବେ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.