ETV Bharat / state

ଖୁଲମଖୁଲା ବେଆଇନ ଧର୍ମାନ୍ତରୀକରଣ ନେଇ ତେଜୁଛି ତୀବ୍ର ଅସନ୍ତୋଷ - ଭଦ୍ରକ ଧର୍ମାନ୍ତରୀକରଣ ଖବର

ଭଦ୍ରକରେ ବାହାର ଜିଲ୍ଲାରୁ କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକ ଆସି ସେବା ସଂସ୍ଥା ଓ ସ୍କୁଲ ଆଦି ନାମରେ ହିନ୍ଦୁ ବହୁଳ ସ୍ଥାନରେ ଧର୍ମାନୁଷ୍ଠନ ନିର୍ମାଣ ଆରମ୍ଭ କରିଛନ୍ତି । ଏଥପାଇଁ ସ୍ଥାନୀୟ ସ୍ତରରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ

ଖୁଲମଖୁଲା ବେଆଇନ ଧର୍ମାନ୍ତରୀକରଣକୁ ନେଇ ତେଜୁଛି ତୀବ୍ର ଅସନ୍ତୋଷ

author img

By

Published : May 17, 2022, 4:24 PM IST

ଭଦ୍ରକ: ଦେଶରେ ବେଆଇନ ଭାବେ ଧର୍ମ ପରିବର୍ତ୍ତନ ସମ୍ପ୍ରତି ଏକ ମୁଖ୍ୟ ସମସ୍ୟା ଭାବେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି, ଯାହାକି ଆଇନ ବିରୋଧୀ । ଏହା ସତ୍ତ୍ବେ ଧର୍ମପ୍ରଚାର ନାମରେ ବେଆଇନ ଧର୍ମ ପରିବର୍ତ୍ତନ କାର୍ଯ୍ୟ ଜୋରଦାର ଚାଲୁଅଛି । ସେବା ନାମରେ ସାଧାରଣତଃ ସରଳ, ନିରୀହ ଗରୀବ ଏବଂ ପଛୁଆବର୍ଗର ହିନ୍ଦୁ ମାନଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରାଇ ବେଆଇନ ଭାବେ ଧର୍ମାନ୍ତରୀକରଣ କରାଯାଉଛି ବୋଲି ଅଭିଯୋଗ ହେଉଛି ।

ଖୁଲମଖୁଲା ବେଆଇନ ଧର୍ମାନ୍ତରୀକରଣକୁ ନେଇ ତେଜୁଛି ତୀବ୍ର ଅସନ୍ତୋଷ

ସୂଚନା ଅନୁଯାୟୀ ବାହାର ଜିଲ୍ଲାରୁ କିଛି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକ ଆସି ସେବା ସଂସ୍ଥା ଓ ସ୍କୁଲ ଆଦି ନାମରେ ହିନ୍ଦୁ ବହୁଳ ସ୍ଥାନରେ ଧର୍ମାନୁଷ୍ଠନ ନିର୍ମାଣ ଆରମ୍ଭ କରିଛନ୍ତି । ଏଥପାଇଁ ସ୍ଥାନୀୟ ସ୍ତରରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଏନେଇ ଅଭିଯୋଗ ଆଣିବା ସହ ଏହାକୁ ରୋକାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଭଦ୍ରକ ଜିଲ୍ଲା ତଥା ସହରର ନିକଟସ୍ଥ ବେନ୍ତାଳ, ଗେଲଟୁଆ, ପରସିଙ୍ଗା, ଦୈସିଂ, ବ୍ରହ୍ମପୁର, ଆମ୍ବରୋଳି, ତଳାଙ୍ଗ, ଜଳଙ୍ଗା, ଏରେଇଁ ପଞ୍ଚାୟତ ସମେତ ଭଣ୍ଡାରିପୋଖରୀର ବ୍ଲକର ନିର୍ଗୁଣ୍ଡି ପଞ୍ଚାୟତର ପିରିପୁର, ତିହିଡି ଓ ଦୋଳସାହି ଅଞ୍ଚଳରେ ଏସବୁ କାର୍ଯ୍ୟକଳାପ ଚାଲୁଅଛି । ଯାହାକି ସମ୍ପୂର୍ଣ୍ଣ ବେଆଇନ ଏବଂ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ବାରମ୍ବାର ବିଭିନ୍ନ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିବା ପରେ ପ୍ରଶାସନ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଯଦି ଆସନ୍ତା କିଛି ଦିନ ମଧ୍ୟରେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନକରେ ତେବେ ଭଦ୍ରକରେ ଯେଉଁ ସାମ୍ପ୍ରଦାୟିକ ସମସ୍ୟା ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବ ବୋଲି ବଜରଙ୍ଗ ଦଳର ପୂର୍ବ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ଚେତାବନୀ ଦେଇଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.