ETV Bharat / state

ଆରଡି ପୀଠରେ ବଡଓଷା ପର୍ବ, ପଞ୍ଚାନନ ଓ ବଡସିଂହାର ବେଶରେ ସଜ୍ଜିତ ହେବେ ବାବା ଆଖଣ୍ଡଳମଣୀ - ଭଦ୍ରକର ପ୍ରସିଦ୍ଧ ଆରଡି ଧାମ

ଭଦ୍ରକର ପ୍ରସିଦ୍ଧ ଆରଡି ପୀଠରେ ପଞ୍ଚାନନ ଓ ବଡସିଂହାର ବେଶରେ ସଜ୍ଜିତ ହେବେ ବାବା ଆଖଣ୍ଡଳମଣୀ । ଅଧିକ ପଢନ୍ତୁ...

ଆରଡି ପୀଠରେ ବଡଓଷା ପର୍ବ
ଆରଡି ପୀଠରେ ବଡଓଷା ପର୍ବ
author img

By

Published : Nov 28, 2020, 3:26 PM IST

Updated : Nov 28, 2020, 3:36 PM IST

ଭଦ୍ରକ: ରାଜ୍ୟବ୍ୟାପୀ ଆଜି(ଶନିବାର) ପାଳନ କରାଯାଉଛି ବଡଓଷା । ସେହିପରି ରାଜ୍ଯର ଅନ୍ଯତମ ଶୈବପୀଠ ଆରଡିଧାମ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେଉଛି ସ୍ବତନ୍ତ୍ର ନୀତିକାନ୍ତି ଓ ବେଶ । ପଞ୍ଚାନନ ଓ ବଡସିଂହାର ବେଶରେ ସଜ୍ଜିତ ହେବେ ବାବା ଆଖଣ୍ଡଳମଣୀ । କୋରୋନା କଟକଣାର ସମସ୍ତ ନିୟମକୁ ଅନୁସରଣ କରାଯାଇ ବାବା ଆଖଣ୍ଡଳମଣୀଙ୍କ ନୀତିକାନ୍ତି ପ୍ରସ୍ତୁତ କରାଯାଇଛି ।

ପଞ୍ଚାନନ ଓ ବଡସିଂହାର ବେଶରେ ସଜ୍ଜିତ ହେବେ ବାବା ଆଖଣ୍ଡଳମଣୀ

ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳଆଳତୀ, ମହାସ୍ନାନ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ମଣୀବାବାଙ୍କୁ ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ପହିଲୁ ବାଲ୍ଯଭୋଗ ଲାଗି କରାଯାଇଛି । ପରେ ପହଡଖିଆ ଅନ୍ନନୀତି ଭୋଗଲାଗି ହୋଇଛି । ଦିନ 2ଟା ରେ ବାବା ଆଖଣ୍ଡଳମଣୀଙ୍କୁ ବିଭିନ୍ନ ଅଳଙ୍କାରରେ ଆଭୂଷିତ କରାଯାଇ ପଞ୍ଚାନନ ବେଶରେ ସଜ୍ଜିତ କରାଯିବ । ସେହିପରି ଅପରାହ୍ନ 4ଟା ରେ ବଡଓଷା ନୀତି ପାଇଁ ମଣୀବାବାଙ୍କୁ ବିଭିନ୍ନ ଅଳଙ୍କାର, ଫୁଲଚନ୍ଦନ ଓ ବେଲପତ୍ର ମାଳଲାଗି କରାଯାଇ ବଡସିଂହାର ବେଶରେ ସଜ୍ଜିତ କରାଯିବ। ସନ୍ଧ୍ୟାରେ ଷୋଡଶ ଉପଚାର ନୀତି ସମ୍ପନ୍ନ ହେବା ପରେ ସନ୍ଧ୍ୟାଆଳତୀ କରାଯିବ।

ଏହି ବଡସିଂହାର ବେଶ ଦର୍ଶନ ପାଇଁ ରାଜ୍ଯର କୋଣ ଅନୁକୋଣରୁ ଅଗଣିତ ଭକ୍ତଙ୍କର ସମାଗମ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ପୀଠ ସମ୍ପୁର୍ଣ୍ଣ ଜନଶୂନ୍ଯ ହୋଇଯାଇଛି । କେବଳ ମନ୍ଦିର ମଧ୍ଯରେ ସୀମିତ ସେବାୟତ ରହି ସମସ୍ତ ନୀତିକାନ୍ତି ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ଆସନ୍ତା 30 ତାରିଖରେ ମଣୀବାବାଙ୍କ ଦୁର୍ଲଭ ହରଗୌରୀ ବେଶ ଅନୁଷ୍ଠିତ ହେବ। ଏଥିପାଇଁ ପୁଷ୍ପାଳକ, ସିହାଂରୀ ଓ ପାଳିଆ ସେବାୟତଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଥିବା ଜଣାପଡିଛି ।

ଅନ୍ୟପଟେ ପଞ୍ଚୁକବ୍ରତ ଆରମ୍ଭରୁ ରାହାସପୂର୍ଣ୍ଣିମା ପର୍ଯ୍ଯନ୍ତ ପୀଠରେ 144 ଧାରା ବଳବତ୍ତର ରହିଛି । ତେଣୁ ପୂଣ୍ଯତୋୟା ଶିବଗଙ୍ଗା ପୁଷ୍କରିଣୀରେ ବୋଇତ ଭସାଇବା ଓ ବନ୍ଦାଣ କରିବା ଉପରେ ମଧ୍ଯ ରୋକ ଲଗାଇଛି ପ୍ରଶାସନ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 28, 2020, 3:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.