ଭଦ୍ରକ: ପୁଣିଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭଦ୍ରକ ଜିଲ୍ଲାରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ନିର୍ବାଚନ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କୁ ମାଡ ମରାଯାଇଛି।
ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପୀନାଥ ପୁର ପଞ୍ଚାୟତ ଅର୍ନ୍ତଗତ ହଳଦିଆ ଗ୍ରାମର 12 ଓ 13 ନମ୍ବର ବୁଥରେ । ଏହାସହ ଭୋଟ ଗ୍ରହଣର ଅନ୍ତିମ ପର୍ଯ୍ୟାୟରେ ବୁଥ ରାଗିଙ୍ଗ ଭଳି ଅଭିଯୋଗ ହୋଇଛି ।
ବିଭିନ୍ନ ଗଣାମାଧ୍ୟମର ପ୍ରତିନିଧି ଏହି ଘଟଣାର ଚିତ୍ର ଉତ୍ତୋଳନ କରୁଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହେବା ସହିତ ମୋବାଇଲ, କ୍ୟାମରା ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିଦେଇଥିବା ଅଭିଯୋଗ ଆସିଛି। ଖବର ପାଇବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରିତ କରିଥିଲା । ଏନେଇ ଘଣ୍ଟେଶ୍ଵର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ