ETV Bharat / state

ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ

author img

By

Published : May 23, 2021, 11:56 AM IST

ଭଦ୍ରକରେ ନକଲି ହାତ ତିଆରି ମଦ କାରଖାନା ଉପରେ ଚଢାଉ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ...

ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ
ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ

ଭଦ୍ରକ: ନକଲି ସସ୍, ଗୁଟଖା, କୋଲଡ୍ରିଙ୍କ୍ସ ପରେ ଏବେ ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ଚଢାଉ କରାଯାଇଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ବିଦେଶୀ ନକଲି ହାତ ତିଆରି ମଦ କାରଖାନା ଠାବ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ।

ନକଲି ବିଦେଶୀ ମଦ କାରଖାନା ଉପରେ ଚଢାଉ

କୌଣସି ଏକ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିବା ସହ ଗିରଫ ବ୍ୟକ୍ତିଙ୍କ ନିକଟରୁ ନଗଦ 30 ହଜାର ଟଙ୍କା, 100 ଲିଟର ବିଦେଶୀ ନକଲି ମଦ, କେମିକାଲ, ଵହୁ ନାମୀଦାମୀ କମ୍ପାନୀର ଲୋଗୋ, ଓଡିଶା ସରକାରଙ୍କ ଷ୍ଟିକର ଲୋଗୋ, ମଦ କମ୍ପାନୀ ଷ୍ଟିକର, ମଦ ବୋତଲ ଠିପି, ମଦ ତିଆରି ଯନ୍ତ୍ରାଂଶ ଜଵତ ହୋଇଛି । ଦୀର୍ଘ 1 ମାସ ଧରି ଏହିପରି ମଦ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ତେବେ ଏନେଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.