ETV Bharat / state

ଚେକିଂ ବେଳେ ଆକ୍ରମଣର ଶିକାର ତହସିଲଦାର - ତହସିଲଦାରଙ୍କ ଗାଡି ଭାଙ୍ଗିଲେ ଦୁର୍ବୃତ୍ତ

ଭଦ୍ରକ ଜିଲ୍ଲା ବାସୁଦେବପୁର ତହସିଲଦାରଙ୍କ ଉପରେ ଆକ୍ରମଣ । କୋରୋନା କଟକଣା ଚେକିଂ ପାଇଁ ଯାଇଥିବା ସମୟରେ ଆକ୍ରମଣ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

ଚେକିଂ ପାଇଁ ଯାଇଥିଲେ ତହସିଲଦାର, ଆକ୍ରମଣ କଲେ ଦୁର୍ବୃତ୍ତ

author img

By

Published : May 13, 2021, 7:21 AM IST

ଭଦ୍ରକ: ଜିଲ୍ଲା ସ୍ଥିତ ବାସୁଦେବପୁର ବ୍ଲକ କୁମାରପୁର ପଞ୍ଚାୟତ ପଢୁଆଁ ନୂଆ ପୋଖରୀ ଆଡିରେ ତହସିଲଦାରଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରୁ ତହସିଲଦାର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ଚେକିଂ ପାଇଁ ଯାଇଥିଲେ ତହସିଲଦାର, ଆକ୍ରମଣ କଲେ ଦୁର୍ବୃତ୍ତ

ସୂଚନା ଅନୁଯାୟୀ କୁମାରପୁର ପଞ୍ଚାୟତ ବଜାରରେ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ଦୋକାନ ଖୋଲାଯାଇଥିଲା । ଏନେଇ ଖବର ପାଇ ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ପୋଲିସ ସହିତ ବଜାରକୁ ଏନଫୋର୍ସମେଣ୍ଟ ପାଇଁ ଯାଇଥିଲେ । କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ଲୁଗା ଦୋକାନ ଖୋଲା ଯାଇଥିବା ଦେଖି ସେହି ଦୋକାନକୁ ସିଲ୍ କରିଥିଲେ ତହସିଲଦାର । ଏହି ସମୟରେ କିଛି ଦୁର୍ବୃତ୍ତ ତହସିଲଦାରଙ୍କ ଗାଡି ଉପରକୁ ଟେକା ପଥର ମାଡ କରିଥିଲେ । ଆକ୍ରମଣରେ ତହସିଲଦାରଙ୍କ ଗାଡି ପଛ କାଚ ସମେତ ବିଭିନ୍ନ ସ୍ଥାନ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ତେବେ ସୌଭାଗ୍ୟବଶତଃ ତହସିଲଦାର ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନେଇ ବାସୁଦେବପୁର ଥାନାରେ ଏକ ମାମଲା ରୁଜୁ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.