ETV Bharat / state

ଆରଡି ଆଖଣ୍ଡଳମଣି ପୀଠରେ ସେବାୟତଙ୍କ ଧାରଣା, ଦର୍ଶନରୁ ବଞ୍ଚିତ ଭକ୍ତ - Aradi Akhandalamani Temple latest news

ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣି ପୀଠରେ ମୌଳିକ ସମସ୍ୟାର ସମାଧାନ ଦାବି କରି ମନ୍ଦିର ବନ୍ଦ କରିଛନ୍ତି ସେବାୟତ । ଅଧିକ ପଢନ୍ତୁ

Aradi Akhandalamani Temple's Sevayats on strike, Devotees are deprive
ଆରଡି ଆଖଣ୍ଡଳମଣି ପୀଠରେ ସେବାୟତଙ୍କ ଧାରଣା, ଭକ୍ତଙ୍କ ଦର୍ଶନ ବନ୍ଦ
author img

By

Published : Nov 23, 2021, 6:33 PM IST

Updated : Nov 23, 2021, 6:41 PM IST

ଭଦ୍ରକ: ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣି ପୀଠରେ ଲାଗି ରହିଥିବା ମୌଳିକ ସମସ୍ୟାର ସମାଧାନ ଦାବି କରି ମନ୍ଦିର ବନ୍ଦ କରିଛନ୍ତି ସେବାୟତ । ଏଥିସହ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ କରିଛନ୍ତି ପୀଠର ସେବାୟତମାନେ ।

ଆରଡି ଆଖଣ୍ଡଳମଣି ପୀଠରେ ସେବାୟତଙ୍କ ଧାରଣା, ଦର୍ଶନରୁ ବଞ୍ଚିତ ଭକ୍ତ

ସେବାୟତମାନେ ମନ୍ଦିର ସମ୍ମୁଖରେ ଧାରଣରେ ବସିଛନ୍ତି । ପୀଠକୁ ଆସୁଥିବା ହଜାର ହଜାର ଭକ୍ତଙ୍କ ପାଇଁ ଶୌଚାଳୟର ସୁବିଧା, ମେଡିକାଲରେ ସ୍ଥାୟୀ ଡାକ୍ତର ନିଯୁକ୍ତି, ତୀର୍ଥ ଜୋନ ପାଲଟିଥିବା ଶିବଗଙ୍ଗା ପୁଷ୍କରଣୀର ମରାମତି ସହ ଷ୍ଟିଲ ଗ୍ରୀଲ ଲଗାଇବା ଦାବିରେ ସେବାୟତମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

ଏହିସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ସେବାୟତମାନେ ବାରମ୍ବାର ଦାବି ଉପସ୍ଥାପନା କରିଆସୁଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନି । ଫଳରେ ଏହି ସମସ୍ୟା ଗୁଡିକର ସମାଧାନ ହୋଇପାରୁନି । ଏହାର ପ୍ରତିବାଦରେ ସେବାୟତମାନେ ଆରଡି ବଜାର ବନ୍ଦ କରିବା ସହ ଆଖଣ୍ଡଳମଣି ମନ୍ଦିରରେ ଆନ୍ଦୋଳନ ଜାରି ରଖିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ଅଛନ୍ତି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Nov 23, 2021, 6:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.