ଭଦ୍ରକ: ସମ୍ଭାବ୍ୟ ବାତ୍ୟା 'ଅମ୍ଫାନ'କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ସଚେତନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ପଞ୍ଚାୟତସ୍ତରରେ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଉଛି ।
ପ୍ରତ୍ୟେକ ବ୍ଲକରେ ବିଡିଓ ଓ ତହସିଲଦାରଙ୍କୁ ଏଥିପାଇଁ କଡା ନଜର ରଖିବା ପାଇଁ କୁହାଯାଇଛି । ଅମଳ ଉପଯୋଗୀ ଡାଳୁଅ ଧାନ, ମୁଗ, ବିରି ଓ ସୂର୍ଯ୍ୟମୁଖୀ ଫସଲ ପରି ରବି ଫସଲକୁ ଯୁଦ୍ଧକାଳୀନ ଭିତ୍ତିରେ ଅମଳ କରି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଏଥିପାଇଁ ଭଦ୍ରକ ସହର ସମେତ ଭିନ୍ନ ଗ୍ରାମାଞ୍ଚଳରେ ମାଇକ ପ୍ରଚାର ଆରମ୍ଭ ହୋଇଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ