ଭଦ୍ରକ: ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଭଦ୍ରକ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରେଡ଼ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ସାତ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ଏଆଇସିସିଟିୟୁ ଏବଂ ଏଆଇସିଡବ୍ଲୁଏଫର ସର୍ବ ଭାରତୀୟ ପ୍ରତିବାଦ ଦିବସ ଅବସରରେ ଭଦ୍ରକ ଜିଲ୍ଲା ଟ୍ରେଡ଼ ୟୁନିଅନ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦାବି ମଧ୍ଯରୁ ପ୍ରତ୍ୟେକ ପଞ୍ଜୀକୃତ ଓ ଅଣ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କୁ ମାସକୁ 10 ହଜାର ଟଙ୍କା ପ୍ରଦାନ କରିବା, ଶ୍ରମିକ ମାନଙ୍କୁ ମାଗଣାରେ ରାସନ କାର୍ଡ ଯୋଗାଇ ଦେବା, ପ୍ରବାସୀ ଶ୍ରମିକ ମାନଙ୍କୁ କାର୍ଯ୍ୟ ଯୋଗାଇ ଦେବା ପ୍ରମୂଖ ଦାବି କରାଯାଇଥିଲା। ଏହି ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ବରିଷ୍ଠ ଶ୍ରମିକ ନେତା ସମର ବଳ ଅଂଶଗ୍ରହଣ କରିଥିଲେ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ