ଭଦ୍ରକ: ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସାରିବା ପରେ ବିଳମ୍ବିତ ରାତିରେ ପଞ୍ଚାୟତ କାର୍ଯ୍ୟାଳୟ ସମେତ ସେବା ସମବାୟ ସମିତିରେ ଭଙ୍ଗାରୁଜା । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଳକ ଅନ୍ତର୍ଗତ ତାଳପଦା ପଞ୍ଚାୟତ କାର୍ଯ୍ୟାଳୟରେ ଏହିପରି ଘଟଣା ଘଟିଛି । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ ପଞ୍ଚାୟତ କାର୍ଯ୍ୟାଳୟର 4ଟି ତାଲା ଭାଙ୍ଗିଛନ୍ତି ଦୁର୍ବୃତ୍ତ ।
ଏଥିସହ ସ୍ଥାନୀୟ ଆରିସା ସେବା ସମବାୟ ସମିତିରେ ତାଲା ମଧ୍ୟ ଭଙ୍ଗା ଯାଇଥିବା ଜଣାପଡ଼ିଛି । ତେବେ ତାଲା ଭାଙ୍ଗି ପରିସର ମଧ୍ୟରେ ଥିବା ଆସବାବ ଏବଂ ନଥିପତ୍ରର କଣ ସ୍ଥିତି ରହିଛି ସେନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ । ଏଥିସହ କିଏ କାହିଁକି ଏହିପରି ଭଙ୍ଗାରୁଜା କରିଛି ସେନେଇ କୌଣସି ସୂଚନା ମିଳିନାହିଁ । ଖବର ପାଇ ତିହିଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ