ଭଦ୍ରକ: ମୋ ସରକାର ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ଭଣ୍ଡାରିପୋଖରୀ ତହସିଲ କାର୍ଯ୍ଯାଳୟର ଅତିରିକ୍ତ ତହସିଲଦାରଙ୍କୁ କାର୍ଯ୍ୟରୁ ହଟାଯାଇଛି। ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ତହସିଲର ଅତିରିକ୍ତ ତହସିଲଦାର ଶରତ କୁମାର ସ୍ଵାଇଁ, ହିତାଧିକାରୀଙ୍କୁ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ଅହେତୁକ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା ।
ତେଣୁ ଏହି ଅଭିଯୋଗକୁ ଭିତ୍ତି କରି ତୁରନ୍ତ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ଵାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହାସହ ପ୍ରଶାସନ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ