ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

author img

By

Published : Aug 9, 2020, 10:27 PM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚିଙ୍ଗୁଡି ପୋଖରୀ ଆଡିରେ ମରଣାନ୍ତକ ଆକ୍ରମଣ। ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ବାଂଶଡା ଥାନା ତଥା ଘଣ୍ଟେଶ୍ବର ଫାଣ୍ଡି ଅନ୍ତର୍ଗତ ବଜରାପୁର ପଞ୍ଚାୟତର ଷଣ୍ଢଗଡା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଧିକ ଖବର ପଢନ୍ତୁ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା
ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା

ଭଦ୍ରକ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଚିଙ୍ଗୁଡି ପୋଖରୀ ଆଡିରେ ମରଣାନ୍ତକ ଆକ୍ରମଣ। ଚିକିତ୍ସାଧିନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଭଦ୍ରକ ଜିଲ୍ଲା ବାଂଶଡା ଥାନା ତଥା ଘଣ୍ଟେଶ୍ବର ଫାଣ୍ଡି ଅନ୍ତର୍ଗତ ବଜରାପୁର ପଞ୍ଚାୟତର ଷଣ୍ଢଗଡା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଅଲେଖ ସାହୁ ବୋଲି ଜଣାଯାଇଛି ।

ଚିଙ୍ଗୁଡି ପୋଖରୀ ଆଡିରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ପରେ ମୂମୁର୍ଷ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ । ପ୍ରଥମେ ତିହିଡି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଶେଷରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପଟେ ମୂମୁର୍ଷ ଅବସ୍ଥାରେ ଅଲେଖଙ୍କୁ ଉଦ୍ଧାର କରାଯିବା ସମୟରେ ତାଙ୍କର ବୟାନ ରେକର୍ଡ କରାଯାଇଥିଲା ।

ସେଥିରେ ତାଙ୍କୁ ସେହି ଗାଁର ଦୁଇ ଭାଇ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ କରିଥିବା କହିଥିଲେ। ବୟାନ ମୁତାବକ ମୃତକ ଅଲେଖ ଚିଙ୍ଗୁଡି ପୋଖରୀ ଆଡିରେ ଥିବାବେଳେ ଅଭିଯୁକ୍ତ ରିଲୁ ଓ ସିଲୁ ନାୟକ ଅଭିଯୁକ୍ତ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତାଙ୍କୁ ଭୁଜାଲି ଓ ବାଡିରେ ଆକ୍ରମଣ କରିଥିଲେ । ପରେ ତାଙ୍କୁ ଉଠାଇ ଆଣି ଗାଁ ରାସ୍ତା କଡରେ ପକାଇଦେଇଥିଲେ । ଏହି ବୟାନ ରେକର୍ଡକୁ ଆଧାର କରି ପୋଲିସ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହି ହତ୍ୟାକାଣ୍ଡ ନେଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.