ETV Bharat / state

ଯୌତୁକ ଲୋଭରେ ବଧୂହତ୍ୟା, ଅଭିଯୋଗରେ ସ୍ବାମୀ ଗିରଫ - a woman allegedly killed for dowry in bhadrak

ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ବାରୋ ଚବିଶପଡା ଗାଁରେ ଅଧିକ ଯୌତୁକ ଦାବିରେ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଯୌତୁକ ଲୋଭରେ ବଧୂହତ୍ୟା ଅଭିଯୋଗ
ଯୌତୁକ ଲୋଭରେ ବଧୂହତ୍ୟା ଅଭିଯୋଗ
author img

By

Published : Apr 5, 2021, 6:03 PM IST

ଭଦ୍ରକ: ଯୌତୁକ ଲୋଭୀ ରାକ୍ଷସ କବଳରୁ ବର୍ତ୍ତିପାରିଲେନି ମହିଳା । ଅଧିକ ଯୌତୁକ ଦାବିରେ ଶ୍ୱଶୁର ଘର ଲୋକେ ବିଷ ଦେଇ ହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ସ୍ବାମୀକୁ ଗିରଫ କରିଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ଥାନାଧିନ ବାରୋ ଚବିଶପଡା ଗାଁରେ।

ଯୌତୁକ ଲୋଭରେ ବଧୂହତ୍ୟା ଅଭିଯୋଗ

ଖବର ଅନୁଯାୟୀ, ସ୍ଥାନୀୟ କଷଟି ଗାଁର ଦୟାନିଧି ରାଉତଙ୍କ ଝିଅ ଭାରତୀ ରାଉତ 2013 ମସିହାରେ ବୈଦିକ ରୀତିରେ ବାରୋ ଚବିଶପଡା ଗାଁର ଧରଣୀ ବିଶ୍ବାଳଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ଅଧିକ ଯୌତୁକ ଦାବିରୁ ବିବାଦ ଉପୁଜିଥିଲା। ଏହାରି ମଧ୍ୟରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଭାରତୀ। ପରେ ଅଧିକ ବିବାଦ ହେବାରୁ ଭାରତୀ ବାଧ୍ୟ ହୋଇ ନିଜ ବାପଘରେ ରହୁଥିଲେ। ପରେ ବାରୋ ମହିଳା ମହାସଂଘ ପକ୍ଷରୁ ବୁଝାମଣା କରାଯାଇଥିଲେ ମଧ୍ୟ ଶ୍ବଶୁର ଘର ଲୋକେ ରାଜି ହୋଇ ନଥିଲେ।

ଶେଷରେ ଭାରତୀ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେବାପରେ ସ୍ବାମୀ ସମେତ ପରିବାର ଲୋକେ ଆପୋଷ ବୁଝାବଣା କରାଇ ଘରକୁ ଆଣିଥିଲେ। ଏସବୁ ସତ୍ତ୍ବେ ମଧ୍ୟ ଭାରତୀ ନିର୍ଯାତନାରୁ ବର୍ତ୍ତି ନ ଥିଲେ । ଶେଷରେ ଭାରତୀକୁ ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି ।

ମୂମୁର୍ଷ ଅବସ୍ଥାରେ ଭାରତୀକୁ ପ୍ରଥମେ ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଉ ଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଭାରତୀଙ୍କୁ ତାଙ୍କ ସ୍ବାମୀ ସମେତ ପରିବାର ଲୋକେ ସୁପରିକଳ୍ପିତ ଭାବେ ହତ୍ୟା କରିଥିବା ଭାରତୀଙ୍କ ବାପା ଦୟାନିଧି ରାଉତ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.