ଭଦ୍ରକ: ପୋଖରୀରେ ବୁଡି ନାବାଳକ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି । ଭଦ୍ରକ ଗୁଆଗଡ଼ିଆ ପଞ୍ଚାୟତ ମଳିକ ସାହି ଗାଁରେ ଘଟିଛି ଏପରି ଘଟଣା। ସୂଚନା ଅନୁସାରେ, ଗାଁର ବିଚିତ୍ର ମଳିକଙ୍କର ୧୪ ବର୍ଷର ପୁଅ ମନୋଜ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ,ଫେରିବା ବିଳମ୍ବ ହେବାରୁ ପରିବାର ପକ୍ଷରୁ ବହୁ ଖୋଜା ଖୋଜି କରିଥିଲେ ।
ପରେ ପୋଖରୀରୁ ଅଚେତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅସାବଧାନତା ଯୋଗୁଁ ତାଙ୍କର ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ