ଭଦ୍ରକ: ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଗେଲଟୁଆ ଗ୍ରାମର ଶିବାନନ୍ଦ ଜେନା ।
ସୂଚନା ଅନୁଯାୟୀ ସହରାଞ୍ଚଳ ଥାନା ଅନ୍ତର୍ଗତ ନରିପୁର ଅଞ୍ଚଳର ଜଣଙ୍କ ଘର ୱୟାରିଂ କରିବା ପାଇଁ ଦୁଇଜଣ ବ୍ୟକ୍ତି ଆସିଥିଲେ । ତାର ସଂଯୋଗ କରୁଥିବା ସମୟରେ କୌଣସି କାରଣରୁ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ଉକ୍ତ ବ୍ୟକ୍ତି । ସ୍ଥାନୀୟ ଲୋକ ଉଭୟ ଗୁରୁତରଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଶିବାନନ୍ଦଙ୍କ ମୃତ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ଚାଲିଛି । କାର୍ଯ୍ୟ କରୁଥିବା ସମୟରେ କିଭଳି ବିଦ୍ୟୁତ ଆସିଲା ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ଉପୁଜିଛି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ