ETV Bharat / state

ଗେମନ ବ୍ରିଜକୁ ଡେଇଁ ନିଖୋଜ ଯୁବତୀ: ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

author img

By

Published : Apr 14, 2022, 8:52 PM IST

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଟେ ପ୍ରବାହିତ ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଅଧିକ ପଢନ୍ତୁ

ଗେମନ ବ୍ରିଜକୁ ଡେଇଁ ନିଖୋଜ ଯୁବତୀ: ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି

ଭଦ୍ରକ: ଜିଲ୍ଲାର ଚାନ୍ଦବାଲି ବାଟେ ପ୍ରବାହିତ ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଏହି ବ୍ରିଜ ଉପରୁ ନଦୀ ମଧ୍ୟକୁ (ପ୍ରାୟ ଶହେ ଫୁଟ ତଳକୁ) ଡେଇଁ ନଦୀର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯାଉଥିବା ଦେଖିବାକୁ ମିଳିଥିଲା ।

ଏହା ଦେଖି ସ୍ଥାନୀୟ ଅଞ୍ଚଳବାସୀ, ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ଟିମ ପହଞ୍ଚି ନଦୀରେ ପାୱାର ବୋଟ ମାଧ୍ୟମରେ ଖୋଜାଖୋଜି ଜାରି ରଖିଛନ୍ତି । ଏହି ନିଖୋଜ ଯୁବତୀ ଶ୍ରୀମନଙ୍କ ଘର ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁ ହୋଇଥିବାବେଳେ ସେ ତାଙ୍କ ମାମୁଁ ଘର ରାଜକନିକା ବୁରୁଡ଼ିଆ ଗାଁରେ ରହି ପାଠ ପଢୁଥିବା ସୂଚନା ମିଳିଛି । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁଲେ, ସେନେଇ ଅଦ୍ୟାବଧି କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.