ETV Bharat / state

ଛତୁ ଖାଇ ଗୋଟିଏ ପରିବାରରେ 6 ଜଣ ଅସୁସ୍ଥ, ମେଡିକାଲ ଭର୍ତ୍ତି

ଭଦ୍ରକ ବ୍ଲକ ରାହଞ୍ଜ ଗାଁରେ ଏକ ପରିବାରର 6ଜଣ ସଦସ୍ୟ ଛତୁ ଖାଇ ଅସୁସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Jul 7, 2023, 12:51 PM IST

family fell ill after eating mushroom carry
ଛତୁ ଖାଇ ଗୋଟିଏ ପରିବାରରେ 6ଜଣ ଅସୁସ୍ଥ
ଛତୁ ଖାଇ ଗୋଟିଏ ପରିବାରରେ 6ଜଣ ଅସୁସ୍ଥ

ଭଦ୍ରକ: ସ୍ବାଦିଷ୍ଟ ଛତୁ ତରକାରୀ ଖାଇଲେ । ଖିଆପିଆ ସାରିବା ପରେ ସମସ୍ତେ ଶୋଇବାକୁ ପ୍ରସ୍ତୁତ ହେଉଥିଲେ ଅଚାନକ ସମସ୍ତଙ୍କର ବାନ୍ତି ହେବାକୁ ଲାଗିଲା । ପେଟରେ ଯନ୍ତ୍ରଣା ସାଙ୍ଗକୁ ଲାଗାତାର ବାନ୍ତି । କେହି କିଛି ବୁଝି ପାରିଲେ ନାହିଁ । ଛତୁ ତରକାରୀ ଖାଇ ଗୋଟିଏ ପରିବାରର 6ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ବି ପଢନ୍ତୁ...ସ୍କୁଲରେ ମିଳୁନି ମଧ୍ୟାହ୍ନ ଭୋଜନ କି ୟୁନିଫର୍ମ; ଭୋକରେ ଛାତ୍ରଛାତ୍ରୀ

ଭଦ୍ରକ ଜିଲ୍ଲା ଅନ୍ତର୍ଗତ ରାହଞ୍ଜ ଗ୍ରାମରୁ ଏମିତି ଅଘଟଣା ସାମ୍ନାକୁ ଆସିଛି । ସୁଚନା ଅନୁଯାୟୀ ଭଦ୍ରକ ବ୍ଲକ ରାହଞ୍ଜ ଗ୍ରାମର ଲକ୍ଷ୍ମୀପ୍ରିୟା ଏବଂ କନକଲତାଙ୍କ ପରିବାର ଲୋକେ ସେମାନଙ୍କ ବାଡ଼ିରେ ହୋଇଥିବା ଛତୁକୁ ଆଣି ରୋଷେଇ କରିଥିଲେ । ଏହି ଛତୁ ତରକାରୀ ଖାଇବା ପରେ ପରିବାର ଲୋକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ସମସ୍ତଙ୍କୁ ବାନ୍ତି ଲାଗିବା ସହିତ ମୁଣ୍ଡ ବୁଲାଇ ଥିଲା । ପେଟରେ ଯନ୍ତ୍ରଣା ହେଉଥିବାକୁ ଛୋଟ ପିଲା କାନ୍ଦିବାକୁ ଲାଗିଥିଲେ । ଏନେଇ ସ୍ଥାନୀୟ ଲୋକେ ଜାଣିବା ପରେ 108 ଆମ୍ବୁଲାନ୍ସ ସେବାକୁ ଫୋନ କରିଥିଲେ । ପରେ ଗ୍ରାମରେ 108 ଆମ୍ବୁଲାନ୍ସ ପହଞ୍ଚି ପରିବାରର ସମସ୍ତ 6 ଜଣଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଏହା ବି ପଢନ୍ତୁ...ସ୍କୁଲ ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରଛତ୍ରୀ ଅସୁସ୍ଥ

ଅସୁସ୍ଥଙ୍କ ମଧ୍ୟରେ 4 ଜଣ ଶିଶୁଙ୍କ ସମେତ ଦୁଇ ଜଣ ମହିଳା ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣା ପଡିଛି । ତେବେ ଏହି ଛତୁ ତରକାରୀ କୌଣସି କାରଣରୁ ବିଷାକ୍ତ ହୋଇଯାଇଥିବା ଅନୁମାନ କରାଯାଉଛି । ଅସୁସ୍ଥ ପରିବାରଙ୍କ ସମ୍ପର୍କୀୟ କହିଛନ୍ତି, "ଆମେ ଶୋଇଥିଲୁ ଅଚାନକ ଉକ୍ତ ପରିବାର 108 ଆମ୍ବୁଲାନ୍ସଙ୍କୁ ଫୋନ କରିବାକୁ କହିଥିଲେ । ପିଲାମାନେ ଛତୁ ଖାଇ ବାନ୍ତି କରୁଥିଲେ । ଗୋଟିଏ ପରିବାରର 6ଜଣ ବାଡିରୁ ତୋଳା ହୋଇଥିବା ଛତୁ ତରକାରୀ ଖାଇ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି ।''

ବାଡିରେ ହୋଇଥିବା ପରିବା ହେଉ କି ଛତୁ ସମସ୍ତଙ୍କ ଖାଇବାକୁ ଭଲ ଲାଗେ । ଖାଇବା ପୂର୍ବରୁ ଏଥିପ୍ରତି ଧ୍ୟାନ ଦେବାର ଅବଶ୍ୟକ ରହିଛି । ଗତକାଲି ଭଦ୍ରକରେ ଏକ ବିତ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ 24 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଥିଲା ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.