ETV Bharat / state

ଭଦ୍ରକରେ ଚିଙ୍ଗୁଡି ବ୍ୟବସାୟୀଙ୍କ ଉପରକୁ ବୋମା ମାଡ, କାରଣ ଅସ୍ପଷ୍ଟ - ଭଦ୍ରକରେ ଚିଙ୍ଗୁଡି ବ୍ୟବସାୟୀଙ୍କୁ ବୋମା ମାଡ

ଚାନ୍ଦବାଲି-ଧାମରା ରାସ୍ତାରେ ଚିଙ୍ଗୁଡି ବ୍ୟବସାୟୀଙ୍କୁ ବୋମା ମାଡ । ଘଟଣାରେ 2ଜଣ ଗୁରୁତର ହୋଇଥିବାବେଳେ ବୋମା ମାଡର କାରଣ ଜଣାପଡିନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Sep 16, 2019, 9:16 AM IST

Updated : Sep 16, 2019, 10:26 AM IST

ଭଦ୍ରକ: ଚାନ୍ଦବାଲି ବାଲୁକି ଛକରେ ଚିଙ୍ଗୁଡି ବ୍ୟବସାୟୀଙ୍କୁ ବୋମା ମାଡ । ଘଟଣାରେ 2 ଜଣ ଗୁରୁତର ହୋଇଥିବାବେଳେ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସେମାନେ ହେଲେ ସ୍ଥାନୀୟ ଯୋଗୀ ପୋଖରୀ ଗାଁର ବିଦ୍ୟାଧର ସାମଲ ଓ ସୁଦର୍ଶନ ସେଠୀ ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଚାନ୍ଦବାଲି-ଧାମରା ରାସ୍ତା ବାଲୁକିରି ନିକଟରେ ବ୍ୟବସାୟୀ ଜଣଙ୍କ ନିଜ ଚିଙ୍ଗୁଡି ପୋଖରୀ ପାଖରେ ଛିଡା ହୋଇଥିଲେ । ଏହି ସମୟରେ କିଛି ଯୁବକ ତାଙ୍କ ଉପରକୁ 3ଟି ବୋମାମାଡ କରିଥିଲେ । ତେବେ ଘଟଣାସ୍ଥଳରେ 5 ଜଣ ଥିବାବେଳେ ଏଥିରେ ବିଦ୍ୟାଧର ସାମଲ ଓ ସୁର୍ଦଶନ ସେଠୀ ଗୁରୁତର ଆହତ ହୋଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ତେବେ ଆହତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏହା ପରେ ଅବସ୍ଥା ଗୁରୁତର ହେବାରୁ କଟକକୁ ଅଣାଯାଇଛି ।

ସେପଟେ ବୋମା ମାଡର କାରଣ ଜଣାପଡିନଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : BOMING
FORMAT : AVO
REPORT : DEBASIS MOHAPATRA / BHADRAK
DATE : 16.09.2019

ANCHOR : ଚିଙ୍ଗୁଡ଼ି ବ୍ୟବସାୟୀଙ୍କୁ ବମ୍ ପକାଇ ଆକ୍ରମଣ। ୨ଜଣ ଗୁରୁତ୍ୱର ଆହତ। Body:ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବାଲୁକିରି ଛକ ନିକଟରେ ଗତ କାଲି ବିଳମ୍ବିତ ରାତିରେ ଚିଙ୍ଗୁଡ଼ି ବ୍ୟବସାୟୀଙ୍କୁ ବମ୍ ପକାଇ ଆକ୍ରମଣ, ୨ଜଣ ଗୁରୁତ୍ୱର ଆହତ। କଟକ ସ୍ଥାନାନ୍ତରିତ। ଯୁବକ ଦୁଇ ଜଣ ସ୍ଥାନୀୟ ଯୋଗୀ ପୋଖରୀ ଗାଁର ବିଦ୍ୟାଧର ସାମଲ ଓ ସୁଦର୍ଶନ ସେଠି। ଗତକାଲି ବିଳମ୍ବିତ ରାତିରେ ବିଦ୍ୟାଧର ସାମଲ ଓ ସୁଦର୍ଶନ ସେଠି ସମେତ ୫ଜଣ ଯୁବକ ଚାନ୍ଦବାଲି-ଧାମରା ରାସ୍ତା ବାଲୁକିରି ନିକଟରେ ନିଜ ଚିଙ୍ଗୁଡ଼ି ପୋଖରୀ ନିକଟରେ ଛିଡ଼ା ହୋଇଥିବା ବେଳେ ଅଚାନକ କେତେଜଣ ଯୁବକ ତାଙ୍କ ଉପରକୁ ୩ଟି ବୋମା ଫିଙ୍ଗିଥିଲେ। ବୋମା ପଡ଼ି ବିଦ୍ୟାଧର ସାମଲ ଓ ସୁଦର୍ଶନ ସେଠି ଗୁରୁତ୍ୱର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଣାଯାଇଥଲା ସେଠାରୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ପୋଲିସ୍ ପହଁଚି ତଦନ୍ତ ଚଳାଇଛି। ତେବେ ବୋମା ପକାଇବାର ଉଦେଶ୍ୟ ଜଣାପଡିନଥିବା ବେଳେ ସୁଦର୍ଶନ ଜଣେ ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀ କାର୍ଯ୍ୟ କରନ୍ତି ବୋଲି ସୂଚନା ମିଳିଛି।Conclusion:
Last Updated : Sep 16, 2019, 10:26 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.