ETV Bharat / state

ଭଦ୍ରକରୁ 7 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ - ଭଟତିରା ଲେବୁଲ କ୍ରସିଂ

ଭଦ୍ରକ ଜିଲ୍ଲାର ଭଟତିରା ଲେବୁଲ କ୍ରସିଂ ନିକଟରୁ ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ ହୋଇଛି । ଅଧିକ ପଢନ୍ତୁ...

ଭଦ୍ରକରୁ 7 ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

author img

By

Published : Aug 13, 2021, 10:06 PM IST

ଭଦ୍ରକ: ଭଦ୍ରକ ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ଧାମରା ବନ୍ଦର ରେଳପଥର ଭଟତିରା ଲେବୁଲ କ୍ରସିଂ ନିକଟରେ ବ୍ରାଉନ ସୁଗାର ବ୍ୟବସାୟ ହେଉଥିବା ବେଳେ 70 ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ସାବରଙ୍ଗ ଥାନା ପୋଲିସ । ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ଜବତ କରାଯାଇଛି।

ଭଦ୍ରକରୁ 7 ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ

ଖବର ଅନୁଯାୟୀ ବାଇକ ଦ୍ବାରା ବ୍ରାଉନ ସୁଗାର ବ୍ୟବାସାୟ କରାଯାଉଥିଲା । ତେବେ ବିକ୍ରି କରିବାକୁ ନେଇ ଯାଉଥିବା ସମୟରେ, ଭଟତିରା ଲେବୁଲ କ୍ରସିଂ ନିକଟରେ ସାବରଙ୍ଗ ଥାନା ପୋଲିସ ଏହି ୨ ଯୁବକଙ୍କୁ ସନ୍ଦେହ ଅବସ୍ଥାରେ ପଚରା ଉଚୁରା କରିବା ସହ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଯୁବକଙ୍କ ନିକଟରୁ ବ୍ରାଉନ ସୁଗାର ଜବତ ହୋଇଥିଲା ।

ଏହି ଯୁବକ ଦ୍ବୟ ଜଳେଶ୍ଵରରୁ ବ୍ରାଉନ ସୁଗାର ନେଇ ଆସୁଥିବା ଜଣାପଡିଛି । ଜବତ ହୋଇଥିବା 70 ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ବଜାର ମୂଲ୍ୟ 7 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ଅଜୟ ଦାସର ଘର ଭଦ୍ରକ ଜିଲ୍ଲାରେ ହୋଇଥିବା ବେଳେ ସତ୍ୟନାରାୟଣ ଆଚାର୍ଯ୍ୟର ଘର ଗଞ୍ଜାମ ଜିଲ୍ଲାରେ ବୋଲି ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.