ETV Bharat / state

‘ବୁଲବୁଲ’ ପ୍ରଭାବ, ଧାମରାରେ ଲାଗିଲା 50 ମାଛଧରା ବୋଟ - fishing boat return dhamra port

ବାତ୍ୟା ବୁଲବୁଲ ପ୍ରଭାବ । ସମୁଦ୍ରରୁ ମାଛ ମାରି ପଶ୍ଚିମବଙ୍ଗକୁ ଫେରୁଥିବା 50ଟି ମାଛଧରା ବୋଟ ଧାମରାରେ ଅଟକିଛନ୍ତି ।

'ବୁଲ୍‌ବୁଲ୍‌' ପ୍ରଭାବ: ଧାମରା ବନ୍ଦର ଫେରିଲେ 50 ମାଛଧରା ବୋଟ୍
author img

By

Published : Nov 8, 2019, 4:59 PM IST

ଭଦ୍ରକ: ସାମୁଦ୍ରିକ ବାତ୍ୟା 'ବୁଲବୁଲ' ପାଇଁ ପ୍ରଭାବିତ ହେଲା ମାଛଧରା ବୋଟ । ପଶ୍ଚିମବଙ୍ଗର 50ଟି ମାଛଧରା ବୋଟ ଲାଗିଲା ଧାମରାରେ ।

'ବୁଲ୍‌ବୁଲ୍‌' ପ୍ରଭାବ: ଧାମରା ବନ୍ଦର ଫେରିଲେ 50 ମାଛଧରା ବୋଟ୍

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଧାମରା ବନ୍ଦର ମୁହାଣକୁ ଅଣାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ରହିବା, ଖାଇବା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ। ତେବେ 50ଟି ବୋଟ ମଧ୍ୟରୁ ଅଦ୍ୟାବଧି 37ଟି ବୋଟ ଧାମରା ବନ୍ଦର ମୁହାଣରେ ପହଞ୍ଚିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା 'ବୁଲବୁଲ'। ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟ ଦେଇ ଗତି କରିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଘଣ୍ଟା ପ୍ରତି 12 କିମି ବେଗରେ ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେଉଛି ଏହି ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ବର୍ତ୍ତମାନ ଓଡ଼ିଶା ଉପକୂଳରେ 35-45 କିମି ବେଗରେ ପବନ ବହିବା ସହିତ ବର୍ଷା ଆରମ୍ଭ ହୋଇଗଲାଣି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:ଜଗତସିଂହପୁର ଜିଲ୍ଲା ରେ ବାତ୍ୟା ବୁଲ ବୁଲ ର ପ୍ରଭାବ ଅନୁଭୁତ ହୋଇଛି।ଆଜି ସକାଳୁ ଆକାଶ ମେଘାଛନ ରହିଥିଲା।ଦିନ ଗୋଟାଏ ସୁଦ୍ଧା ବର୍ଷା ର ପରିମାଣ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପବନ ର ବେଗ ସ୍ଥିର ରହିଛି। ଅପର ପକ୍ଷରେ ପାରାଦ୍ୱୀପ ରେ ସମ୍ଭାବ୍ୟ ବାତ୍ୟା କୁ ନେଇ ସତର୍କତା ଜାରି ହୋଇଛି। ମସ୍ଛଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ବୁଲ ବୁଲ ର ମୁକବିଲା ପାଇଁ ଓଡ୍ରାଫ ଓ NDRF ଟିମ କୁ ସଜାଗ ରଖାଯାଇଛି।ଜିଲାରେ ପବନ ର ପରିମାଣ କମ ରହିବ କିନ୍ତୁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଏହାକୁ ଆଖି ଆଗରେ ରଖି ବାଲିକୁଦା ଓ ଏରସମା ଅଂଚଳର ତଳି ଅଞ୍ଚଳରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ତୁରନ୍ତ ବାତ୍ୟା ଆଶ୍ରୟ ସ୍ଥଳ କୁ ଚାଲିଯିବାକୁ କୁହାଯାଇଛି। ପ୍ରଶାସନ ପକ୍ଷରୁ ପ୍ରାଯ୍ୟାପ୍ତ ପରିମାଣ ରେ ଚୁଡା ଗୁଡା ମହାଯୁତ ରଖା ଯାଇଛି। ଦରକାର ପଡ଼ିଲେ ବାତ୍ୟା ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ର ବେବସ୍ତା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି

Body:Formant AVO

Conclusion:rpt susanta patra
jagatsinghpur
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.