ETV Bharat / state

4ଶହ ଲିଟର ମହୁଲି ସହ ବିଦେଶୀ ମଦ ଜବତ, 7 ଗିରଫ

author img

By

Published : Jun 5, 2021, 8:50 PM IST

ଭଦ୍ରକରେ ଅବକାରୀ ବିଭାଗର ଚଢାଉ । ଜବତ ହେଲା 4 ଶହ ଲିଟର ଦେଶୀ ମହୁଲି, ଗିରଫ ହେଲେ 7 । ଅଧିକ ପଢନ୍ତୁ....

4ଶହ ଲିଟର ମହୁଲି ସହ ବିଦେଶୀ ମଦ ଜବତ, 7 ଗିରଫ
4ଶହ ଲିଟର ମହୁଲି ସହ ବିଦେଶୀ ମଦ ଜବତ, 7 ଗିରଫ

ଭଦ୍ରକ: ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ମୋବାଇଲ ଟିମ ଚାନ୍ଦବାଲି ଓ ରାଣୀତାଲ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ 4 ଶହ ଲିଟର ଦେଶୀ ମହୁଲି ମଦ ଓ ଗୋଟିଏ କାରକୁ ଜବତ କିରିଛି । ଏଥି ସହ ସମ୍ପୃକ୍ତ 7 ଜଣଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

4ଶହ ଲିଟର ମହୁଲି ସହ ବିଦେଶୀ ମଦ ଜବତ, 7 ଗିରଫ

ମିଳିଥିବା ସୂଚନା ଅନୁସାରେ ଭଦ୍ରକ ଅବକାରୀ ବିଭାଗର ସ୍ୱତନ୍ତ୍ର ଭ୍ରାମ୍ୟମାଣ ମୋବାଇଲ ଟିମ ବ୍ରଜ ମୋହନ ମଲିକଙ୍କ ନେତୃତ୍ୱରେ ପ୍ରଥମେ ଚାନ୍ଦବାଲି ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ସେଠାରୁ ଶହେ ଲିଟର ମହୁଲି ମଦ ଜବତ କରିବା ସହିତ 5 ଜଣଙ୍କୁ ଗିରଫ କରିଥିଲା । ପରେ ରାଣୀତାଲ ନିକଟରେ ବାଲେଶ୍ୱରରୁ କାରରେ ଦେଶୀ ମହୁଲି ମଦ ଆସୁଥିବାବେଳେ ଅବକାରୀ ଟିମ କାରକୁ ଜବତ କରିବା ସହିତ ସେଥିରେ ଥିବା 3ଶହ ଲିଟର ମହୁଲି ମଦ ଜବତ କରିବା ସହ ଉକ୍ତ କାରକୁ ମଧ୍ୟ ଜବତ କରିଥିଲେ । ଏଥିରେ ସମ୍ପୃକ୍ତ 2 ଜଣଙ୍କୁ ଗିରଫ କରାଯାଇଛି । ତେବେ ଉଭୟ ମାମଲାରେ ମୋଟ 7 ଜଣଙ୍କୁ ଗିରଫ କରିଥିବା ଅବକାରୀ ଭ୍ରାମ୍ୟମାଣ ଟିମ ପକ୍ଷରୁ ସୂଚନା ମିଳିଛି । ଏଥିସହ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଅନ୍ୟ ଚୋରା ବିଦେଶୀ ମଦ ମଧ୍ଯ ବିଭାଗ ପକ୍ଷରୁ ଜବତ କରାଯାଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.