ଭଦ୍ରକ: ସ୍କୁଲ ଖାଦ୍ୟ ଖାଇ 4ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ଅନ୍ତର୍ଗତ ଚାନ୍ଦିମାଳ ଜବାହାର ନବୋଦୟ ବିଦ୍ୟାଳୟରେ।
ଗତକାଲି(ମଙ୍ଗଳବାର) ବିଦ୍ୟାଳୟର ଛାତ୍ରଛାତ୍ରୀ ସ୍କୁଲ ଖାଦ୍ୟ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଆଜି(ବୁଧବାର) ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ