ଭଦ୍ରକ: ଦିନକୁ ଦିନ ଭଦ୍ରକ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟଥାର କାରଣ ପଲଟିଛି। ଜିଲ୍ଲାରେ ଗୁରୁବାର ପୁଣି 30 ଜଣ ନୂଆ କୋରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 424 ରେ ପହଞ୍ଚିଛି।
ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 335 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ବାକି 88 ଜଣ ଏବେ ବି ଚିକିତ୍ସାଧୀନ। ଗୁରୁବାର ଚିହ୍ନଟ 30 ଜଣଙ୍କ ମଧ୍ୟରୁ 12 ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ଓ 18 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଅଦ୍ୟାବଧି ଜିଲ୍ଲାରୁ ମୋଟ 14917 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ