ଭଦ୍ରକ: ପୁଣି ଭଦ୍ରକ ଜିଲ୍ଲାରେ 3 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 98କୁ ବୃଦ୍ଧି ପାଇଛି ।
![carona](https://etvbharatimages.akamaized.net/etvbharat/prod-images/od-bha-02-3-more-corona-positive-photo-7203442_22052020113413_2205f_1590127453_90.jpg)
ଚିହ୍ନଟ ହୋଇଥିବା 3 ନୂଆ ଆକ୍ରାନ୍ତ ପ୍ରବାସୀ ଶ୍ରମିକ ହୋଇଥିବା ବେଳେ ମହାରାଷ୍ଟ୍ର ଲିଙ୍କ ଥିବା ଜଣାପଡିଛି । ତେବେ ଏନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ।
ଭଦ୍ରକରୁ ଦେବାଶିଷ୍ ମହାପାତ୍ର, ଇଟିଭି ଭାରତ