ETV Bharat / state

ପୋଖରୀରେ ବୁଡି 2 ଭଉଣୀ ମୃତ - 2 ଭଉଣୀ ମୃତ ଖବର ବାସୁଦେବପୁର

ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ । ଗାଧୋଇବା ସମୟରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ...

ପୋଖରୀରେ ବୁଡି 2 ଭଉଣୀ ମୃତ
ପୋଖରୀରେ ବୁଡି 2 ଭଉଣୀ ମୃତ
author img

By

Published : Jun 9, 2021, 3:12 PM IST

Updated : Jun 9, 2021, 3:22 PM IST

ଭଦ୍ରକ: ପୋଖରୀରେ ବୁଡି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାସ୍ଥିତ ନାୟକାଣିଡିହ ଥାନା ମଲିକାଦେଇପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ଘଟିଛି ଏହି ଅଘଟଣ । ଗାଧୋଇବାକୁ ଯାଇଥିବା ସମୟରେ ଦୁଇ ଭଉଣୀ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି ।

ପୋଖରୀରେ ବୁଡି 2 ଭଉଣୀ ମୃତ

ତେବେ ଦୁଇ ଭଉଣୀ ପାଣିରେ ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଦ୍ବୟଙ୍କ ମଧ୍ୟରୁ ଜଣେ ବ୍ରଜାନନ୍ଦପୁର ଗ୍ରାମର ସଦାନନ୍ଦ ଘଡେଇଙ୍କ 12 ବର୍ଷିଆ ଝିଅ ଲକ୍ଷ୍ମୀପ୍ରିୟା ଘଡେଇ ଏବଂ ସମ୍ପର୍କୀୟ ଭଉଣୀ ଚାନ୍ଦବାଲି ଥାନା ଘଣ୍ଟେଶ୍ୱର ଅଞ୍ଚଳର ଧନେଶ୍ୱର ବାରିକଙ୍କ 9 ବର୍ଷିଆ ଝିଅ ବହ୍ଲବୀ ବାରିକ ବୋଲି ଜଣାପଡିଛି । ତେବେ ମୃତ ବହ୍ଲବୀ ନିଜ ମାମୁଁଘର ବ୍ରଜାନନ୍ଦପୁର ଗ୍ରାମର ସଦାନଦ ଘଡେଇଙ୍କ ଘରକୁ ବୁଲିବାକୁ ଆସିଥିବାବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jun 9, 2021, 3:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.