ETV Bharat / state

କାଳୀପୂଜା ଦେଖିବାକୁ ଆସି ଦୁର୍ଘଟଣାରେ ଦାଦା-ଝିଆରୀ ମୃତ - ସଡକ ଦୁର୍ଘଟଣାରେ 2 ମୃତ

ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତ୍ରିଶଳ ପୁର ଛକ ନିକଟରେ ମୋଟର ସାଇକଲକୁ ଧକ୍କା ଦେଲା ପିକଅପ ଭ୍ୟାନ । ଘଟଣାସ୍ଥଳରେ ଦାଦା-ଝିଆରୀ ମୃତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Oct 28, 2019, 5:26 PM IST

Updated : Oct 28, 2019, 5:53 PM IST

ଭଦ୍ରକ: କାଳୀପୂଜା ଦେଖିଯିବା ସମୟରେ ଅଘଟଣ । ଦୁର୍ଘଟଣାରେ ପ୍ରାଣ ହରାଇଲେ ଦାଦା-ଝିଆରୀ । ଭଦ୍ରକ ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତ୍ରିଶଳପୁର ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ଦୁହେଁ ବନ୍ତ ବ୍ଲକ ଅଣିଜ ପଞ୍ଚାୟତ ନରିପୁର ଗାଁର ବୋଲି ଜଣା ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସୂଚନା ମୁତାବକ, ଉଭୟ କାଳୀପୂଜା ଦେଖିବାକୁ ଭଦ୍ରକ ଯାଉଥିଲେ । ଏହି ସମୟରେ ତ୍ରିଶଳପୁର ଛକ ନିକଟରେ ଏକ ପିକଅପ ଭ୍ୟାନ ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା । ଉଭୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ପିକଅପ ଭ୍ୟାନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ROAD ACCIDENT
FORMAT : AVO
REPORT : DEBASIS MOHAPATRA / BHADRAK
DATE : 28.10.2019

ANCHOR : ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାପା ଝିଅ ଙ୍କ ଶୋଚନୀୟ ମୃତ୍ୟୁ। ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ତ୍ରିଶଳ ପୁର ଛକ ନିକଟରେ ଏକ ପିକଅପ ଏମାନଙ୍କୁ ଧକ୍କା ଦେଇଥିଲା। ଉଭୟ ଏକ ମୋଟର ସାଇକେଲ ଯୋଗେ ଭଦ୍ରକ କାଳିପୂଜା ଦେଖିବାକୁ ଆସୁଥିବା ଅନୁମାନ କରାଯାଉଛି। ହେଲେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ।Body: 5 ବର୍ଷର ଝିଅ କୁ ନେଇ କାଳିପୂଜା ଦେଖିବାକୁ ଆସୁଥିବା ବାପାଙ୍କ ଏହିପରି ଅଘଟଣ ପରେ ସ୍ଥାନୀୟ ଅଂଚଳର ଶୋକର ଛାୟା ଖେଳିଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ପିକଅପ ଗାଡି ଟି ଭାରସାମ୍ଯ ହରାଇ ଓଲଟି ପଡିଥିବା ବେଳେ ଡ୍ରାଇଭ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।Conclusion:
Last Updated : Oct 28, 2019, 5:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.