ETV Bharat / state

ଚୁଲି ନିଆଁରେ ଭସ୍ମ ହେଲା 17 ଘର, 10ଲକ୍ଷରୁ ଊର୍ଦ୍ଧ୍ବ ସମ୍ପତ୍ତି ନଷ୍ଟ - gutted

ଭଦ୍ରକ ତୋଟାପଡାରେ ଭୟାବହ ଅଗ୍ନିକାଣ୍ଡ । 8ଟି ପରିବାର 17 ବଖରା ଜଳିପୋଡି ପାଉଁଶ । ଖବରପାଇ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲା ଦମକଳବାହିନୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ
author img

By

Published : Jun 5, 2019, 4:20 AM IST

ଭଦ୍ରକ: ଚାନ୍ଦବାଲି ତୋଟାପଡା ଗାଁରେ ଅଘଟଣ । ଚୁଲିରୁ ନିଆଁ ଲାଗି ଭସ୍ମିଭୂତ ହୋଇଗଲା 8ପରିବାରର 17 ଘର । ଘଟଣାସ୍ଥଳରେ 3 ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ 10ଲକ୍ଷରୁ ଊର୍ଦ୍ଧ୍ବ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି ।

ଉକ୍ତ ଗ୍ରାମର ଟିନ୍ତାମଣି ଜେନା ରୋଷେଇ କରୁଥିବା ବେଳେ ହଠାତ ଚୁଲିରୁ ନିଆଁ ଚାଳଛପରରେ ଲାଗି ଯାଇଥିଲା । ଧିରେ ଧିରେ ନିଆଁର ପ୍ରକୋପ ବଢିବାକୁ ଲାଗିଥିଲା । ଫଳରେ ପଡୋଶୀ ଚତୁର୍ଭୁଜ ଜେନା, ଚନ୍ଦ୍ରକାନ୍ତ ନାଉରି, ପ୍ରମିଳା ଜେନା, ମନୋଜ ଜେନା, କାନ୍ତ ଜେନା, ନାଳୁ ମାଝୀ ଏବଂ ଭିକାରୀ ପରିଡାଙ୍କ ଘରକୁ ବ୍ୟାପି ଯାଇଥିଲା ।

ଭିଡି଼ଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

ସେପଟେ, ଘଟଣା ବିଷୟରେ ଦମକଳ ବାହିନୀ ଖବର ପାଇବା ପରେ ଗଦିରୁ 2ଟି ଓ ଚାନ୍ଦବାଲିରୁ 1 ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଏହି ଅଗ୍ନିକାଣ୍ଡରେ 8ଟି ଘରର ସମସ୍ତ ଆସବାବ ପତ୍ର ଠାରୁ ବିଭିନ୍ନ ସମ୍ପତ୍ତି ନଷ୍ଟ ହୋଇଯାଇଛି ।

କ୍ଷୟକ୍ଷତିର ପରିମାଣ 10 ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ କାହାର ଜୀବନହାନି ହୋଇନାହିଁ । ଏଥିସହ ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.