ଭଦ୍ରକ: 14 ବର୍ଷୀୟ ନାବାଳିକା 8 ମାସର ଗର୍ଭବତୀ। ଦୁଇ ଜଣ ଯୁବକ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖି ପରେ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବା ଲାଗି ଦାବି କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡି ଥାନା କନ୍ଦପୁର ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ ନାବାଳିକାକୁ କନ୍ଦପୁର ଗାଁର ନିଧି ମଳିକ ବିବାହର ପ୍ରତିଶୃତି ଦେଇ ପ୍ରଥମେ ଶାରିରୀକ ସମ୍ପର୍କ ରଖିଥିଲେ । ନାବାଳିକା ଗର୍ଭବତୀ ହେବାପରେ ନିଧି ଗାଁ ଛାଡି ବାହାରକୁ ପଳେଇ ଯାଇଥିଲେ । ପୁଣି ସେହି ଗାଁର ଦିଲ୍ଲିପ ମଳିକ ନାମକ ଅନ୍ୟଜଣେ ଯୁବକ ନାବାଳିକାକୁ ବିବାହ କରିବ ବୋଲି ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ତିହିଡି ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି।
ନାବାଳିକା ସହ ହୋଇଥିବା ଏହିପରି ଘଟଣାର ବିହୀତ ତଦନ୍ତ କରି, ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଝିଅକୁ ନ୍ୟାୟ ଦାବି କରିଛନ୍ତି ପୀଡିତାଙ୍କ ବାପା। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ