ETV Bharat / state

10 କିଲୋ ଗଞ୍ଜେଇ ଜବତ, 4 ଗିରଫ - 10 କିଲୋ ଗଞ୍ଜେଇ ଜବତ

ବିପୁଳ ପରିମାଣର ଗଞ୍ଜେଇ ଜବତ । 4 ଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆ ଗୋଷ୍ଠୀ ଗିରଫ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଦ୍ୱାରା 10 କିଲୋ ଗଞ୍ଜେଇ ଜବତ କରାଯିବା ସହ 4 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

10-kg-ganja-seized-in-bhadrak-4-arrested
10 କିଲୋ ଗଞ୍ଜେଇ ଜବତ, 4 ଗିରଫ
author img

By

Published : Jun 3, 2021, 5:39 PM IST

ଭଦ୍ରକ : ବିପୁଳ ପରିମାଣର ଗଞ୍ଜେଇ ଜବତ । 4 ଜଣ ଆନ୍ତଃଜିଲ୍ଲା ଗଞ୍ଜେଇ ମାଫିଆ ଗୋଷ୍ଠୀ ଗିରଫ । ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଦ୍ୱାରା 10 କିଲୋ ଗଞ୍ଜେଇ ଜବତ କରାଯିବା ସହ 4 ଜଣଙ୍କୁ ଗିରଫ କରାଯାଇଛି ।

10 କିଲୋ ଗଞ୍ଜେଇ ଜବତ, 4 ଗିରଫ

ଖବର ଅନୁଯାୟୀ, ଭଦ୍ରକ ଚରମ୍ପା କେନାଲ ରୋଡ ଆଇଟିଆଇ ନିକଟରେ ପୋଲିସ ତଲାସି କରୁଥିବାବେଳେ, ଏକ କାରରୁ ଏହି ଗଞ୍ଜେଇ ମିଳିଥିବା ଜଣାପଡିଛି । କାରଟି ବ୍ରହ୍ମପୁରରୁ ଭଦ୍ରକ ଅଭିମୁଖେ ଆସୁଥିଲା ।

ତେବେ ଏହି ଗାଡିରୁ ଗଞ୍ଜେଇ ସମେତ ଗୋଟିଏ ଖଣ୍ଡା, 3ଟି ଛୁରୀ, ଗୋଟିଏ ଖେଳନା ବନ୍ଧୁକ, ମୋବାଇଲ ସମେତ ଅନ୍ୟ ଆପତ୍ତିଜନକ ଦ୍ରବ୍ୟକୁ ଜବତ କରିଛି ପୋଲିସ । ଏହାର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବାବେଳେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ 3 ଜଣ ଭଦ୍ରକ ଜିଲ୍ଲାର ହୋଇଥିବା ଓ ଜଣେ କଟକ ଜିଲ୍ଲାର ବୋଲି ଜଣାପଡିଛି ।

ଏହି ଗିରଫ ଅଭିଯୁକ୍ତଙ୍କର ହତ୍ୟାକାଣ୍ଡ, ହତ୍ୟା ଉଦ୍ୟମ, କୋଇଲା ଚୋରି, ଛିନତାଇ ଓ ଡକାୟତି ଆଦି ଘଟଣାରେ ସମ୍ପୃକ୍ତି ଥିବା ପୋଲିସ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସୂଚନା ମିଳିଛି । ତେବେ ଏନେଇ ତଦନ୍ତରେ ବାଧା ସୃଷ୍ଟି ହେବାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.