ETV Bharat / state

କୋଚିଳା ଫଳ ସିଝାପାଣି ପିଇ ଜଣେ ମୃତ, 2 ଗୁରୁତର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିନାୟକପୁର ମଳିକ ସାହିରେ ଅଘଟଣ । କୋଚିଳା ଫଳର ସିଝା ପାଣି ପିଇ ଗୋଟିଏ ପରିବାରର ଜଣେ ମୃତ, 2 ଗୁରୁତର । ଗୁରୁତର ମାନଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ
author img

By

Published : May 10, 2019, 5:55 PM IST

ଭଦ୍ରକ: କୋଚିଳା ଫଳ ସିଝା ପାଣି ପିଇ ଗୋଟିଏ ପରିବାରର ଜଣେ ମୃତ, 2 ଗୁରୁତର । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିନାୟକପୁର ମଳିକ ସାହିରେ ଘଟିଛି ଏହି ଅଘଟଣ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭଦ୍ରକ

ଶୁକ୍ରବାର ସକାଳେ ଉଗ୍ରେସନ ମଲିକଙ୍କ 2 ପୁଅ ଓ ନାତି ଚା’ ଭାବି କୋଚିଳା ଫଳର ସିଝା ପାଣି ପିଇ ଦେଇଥିଲେ । ପରିବାର ଲୋକେ ଏହା ଜାଣିବା ପରେ ସମସ୍ତଙ୍କୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ ।

ମେଡିକାଲରେ ଉଗ୍ରେସନ ମଲ୍ଲିକଙ୍କ ସାନ ପୁଅ ଯତୀନ ମଳିକ ମୃତ୍ୟୁ ହେଇଥିବା ବେଳେ ମଝିଆ ପୁଅ ଅଗସ୍ତି ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ 4 ବର୍ଷର ନାତି ମହେଶ ବାସୁଦେବପୁର ଚିକିତ୍ସାଧୀନ ଅଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.