ବରଗଡ: ପଦ୍ମପୁର ଉପଖଣ୍ଡ ତୁର୍ଲା ଗାଁରେ ଚାଞ୍ଚଲ୍ୟ । ଗାଁର ଜଣେ ବ୍ୟକ୍ତି ନିର୍ମମ ଭାବେ ହତ୍ୟା କରାଯାଇଛି । ପରେ ମୃତଦେହକୁ ଘର ସମ୍ମୁଖରେ ଫିଙ୍ଗି ଦିଆଯାଇଛି । ମୃତକ ହେଲେ ଲକ୍ଷ୍ମୀକାନ୍ତ କଲେତ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ 3ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ଅନୁଯାୟୀ, ଗତ ଗୁରୁବାର ଲକ୍ଷ୍ମୀକାନ୍ତ ତାଙ୍କ ସାଙ୍ଗ ମାନଙ୍କ ସହିତ ଦାଦନ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ରାତିରେ ଏକ ଭୋଜି ଭାତର ଆୟୋଜନ କରିଥିଲେ । ତେବେ ରାତିରେ ଘରକୁ ଫେରିନଥିବା ବେଳେ ସକାଳେ ତାଙ୍କ ମୃତଦେହ ଘର ସମ୍ମୁଖରେ ପଡିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ଲକ୍ଷ୍ମୀକାନ୍ତଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରିଛି ପୋଲିସ ।
ତେବେ ବରଗଡ ଏସପି ପଦ୍ମିନୀ ସାହୁ ମୃତକଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିବା ସହ 3ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛନ୍ତି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ