ବରଗଡ: ଜିଲ୍ଲା ପାଇକମାଲ ଥାନା ମାଣ୍ଡିଆଢିପା ଗାଁରେ ବଜ୍ରଘାତରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି । ୧୭ ବର୍ଷ ବୟସର ନିର୍ମଲ ମାଝୀ ନାମକ ଜଣେ ନାବାଳକ ଛେଳି ଚରାଇବାକୁ ଯାଇଥିବା ସମୟରେ ବଜ୍ରପାତ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।
ତେବେ ନିର୍ମଲ ଗାଁର ଆହୁରି ଅନେକ ଯୁବକଙ୍କ ସହ ଛେଳି ଚରାଇବାକୁ ଯାଇଥିଲେ । ବଜ୍ରପାତ ଯୋଗୁଁ ହଠାତ ସେ ତଳେ ପଡିଯାଇଥିଲେ । ଅନ୍ୟମାନେ ଭୟରେ ଗାଁକୁ ଦଉଡି ଚାଲିଆସିଥିଲେ ଏବଂ ଗାଁ ଲୋକଙ୍କୁ ଜଣାଇଥିଲେ ।
ତେବେ ମାଣ୍ଡିଆଢିପା ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନିର୍ମଲଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପହଞ୍ଚାଇଥିଲେ ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମର ଚୂଡାମଣି ମାଝୀଙ୍କ ପୁଅ ନିର୍ମଳଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳିଯାଇଛି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ