ETV Bharat / state

ସଫଳ ଯୁବଚାଷୀ ଜଟାଧାରୀ, ଓଡିଶା ମାଟିରେ ଚାଷ କରିଛନ୍ତି ବିଦେଶୀ ଫଳ

author img

By

Published : Aug 19, 2021, 3:22 PM IST

ରଙ୍ଗ ବେରଙ୍ଗର ଡ୍ରାଗନ ଫଳ । ତାହା ପୁଣି ଓଡିଶା ମାଟିରେ । ଏହି ବିଦେଶୀ ଫଳ ଡ୍ରାଗନର ଚାଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ବରଗଡ଼ ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଯୁବ ଚାଷୀ ଜଟାଧାରୀ ପ୍ରଧାନ । ଅଧିକ ପଢନ୍ତୁ....

ସଫଳ ଯୁବଚାଷୀ  ଜଟାଧାରୀ , ଓଡିଶା ମାଟିରେ ଚାଷ କରିଛନ୍ତି ବିଦେଶୀ ଫଳ

ବରଗଡ: କିଛି ନୂଆ କରିବାର ଇଛା ଆଜି ସଫଳତାର ସ୍ୱାଦ ଚଖାଇପାରିଛି । ଓଡିଶା ମାଟିରେ ଫଳିଛି ବିଦେଶୀ ଫଳ ଡ୍ରାଗନ । ଏହି ଚାଷ କରି ଜଣେ ଯୁବ ସଫଳ ଚାଷୀ ହୋଇପାରିଛନ୍ତି ବରଗଡ଼ ବରପାଲି ବ୍ଲକ କୁମ୍ଭାରୀ ଗ୍ରାମର ଜଟାଧାରୀ ପ୍ରଧାନ । ମାତ୍ର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଜଟାଧାରୀ ଏବେ ଏହି ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି । ୟୁଟ୍ୟୁବ ଜରିଆରେ ଚାଷ କାର୍ଯ୍ୟର ପ୍ରଣାଳୀ ଦେଖି ଚାରା ମଗାଇବା ସହ ୨୦ ଡେସିମିଲ ଜାଗାରେ ଚାଷ କରିଛନ୍ତି । ଏହି ଫଳରେ ଔଷଧୀୟ ଗୁଣ ରହିଥିବାବେଳେ ଏହାର ଓଜନ 300 ଗ୍ରାମ ରୁ 700 ଗ୍ରାମ ପର୍ଯ୍ୟନ୍ତ ହୋଇଥାଏ । ଏହାର ବଜାର ଦାମ କିଲୋ ପ୍ରତି 200 ଟଙ୍କା ରହିଛି । ଥରେ ଏହି ଚାଷ କଲେ 25 ବର୍ଷ ପର୍ଯ୍ୟନ୍ତ ଫଳ ଉତ୍ପାଦନର କ୍ଷମତା ରହିଛି । ଯାହା ଫଳରେ ଏହା ଏକ ଲାଭ ଦାୟକ ଫସଲ ଭାବେ ଲୋକପ୍ରିୟ ହେବାରେ ଲାଗିଛି ।

ଏହି ଫଳ ଆମେରିକାର "ପିତୟା" ନାମକ ସ୍ଥାନରେ ପ୍ରଥମେ ଦେଖାଯାଇଥିଲା ସେଥିପାଇଁ ଏହି ଫଳକୁ ପିତୟା ବୋଲି ମଧ୍ୟ କୁହାଯାଏ । ଡ୍ରାଗନ ଫୁଡର ଚାହିଦା ଭାରତର ଗୁଜୁରାଟରେ ମଧ୍ୟ ବ୍ୟାପକ ରହିଥିବାବେଳେ ଏହାର ଫୁଲର ପାଖୁଡା କମଳ ଫୁଲ ପରି ହୋଇଥିବାରୁ ଗୁଜୁରାଟ ସରକାର ଏହି ଫଳକୁ "କମଳମ " ନାମରେ ନାମକରଣ କରିଛନ୍ତି । ଏହି ଫଳ ସାଧାରଣତଃ 20 ରୁ 35 ଡିଗ୍ରୀ ତାପମାତ୍ରା ମଧ୍ୟରେ ଭଲ ହୋଇଥାଏ, ମାତ୍ର ବରଗଡର ଯୁବଚାଷୀ 45 ଡିଗ୍ରୀ ତାପମାତ୍ରାରେ ମଧ୍ୟ ଏହି ଫଳ ହୋଇପାରିବ ବୋଲି ପ୍ରମାଣିତ କରିଛନ୍ତି ।

ନୂତନ ପ୍ରକାରର ବିଦେଶୀ ଡ୍ରାଇଗନ ଫୁଡ ବରପାଲିର ବାରଙ୍ଗପାଲି ଠାରେ ଥିବାରୁ ଏହି ଡ୍ରାଇଗନ ଫୁଡ ଚାଷ ବଗିଚାକୁ ଦେଖିବା ପାଇଁ ପ୍ରତିଦିନ ଲୋକଙ୍କ ସୁଅ ଛୁଟୁଛି । ଜଟାଧାରୀ କୁମ୍ଭାରୀ ଗ୍ରାମରେ ନିଜ ଜମି ଏବଂ ଭାଗରେ ୧ ଏକର ଜମିରେ ଧାନ ଚାଷ କରି ପରିବାର ପୋଷଣ କରନ୍ତି । ହେଲେ ୟୁଟ୍ୟୁବ ମାଧ୍ୟମରେ ଦେଖି ଏବଂ କିଛି ନୂଆ କରିବାର ଆଶା ନେଇ ଜଟାଧାରୀ ଆରମ୍ଭ କଲେ ଡ୍ରାଗନ ଫୁଡ ଚାଷ । ଅନଲାଇନ ମାଧ୍ୟମରେ ଚାରା ଆଣି ଚାଷ କରିଥିବାବେଳେ ୯ ମାସ ପରେ ଫୁଲ ସହ ରଙ୍ଗ ବେରଙ୍ଗର ଡ୍ରାଗନ ଫୁଡ ଉତ୍ପାଦନ ହେଉଛି । ଧାନ ଚାଷର ବିକଳ୍ପ ଚାଷ ଭାବେ ଏହି ଡ୍ରାଗନ ଫୁଡର ଉତ୍ପାଦନ କରିଛନ୍ତି ଏବଂ ବଜାରରେ ଏହାର ଭଲ ଚାହିଦା ରହିଥିବାରୁ ଆଗାମୀଦିନରେ ଆହୁରି ଚାଷ କରିବି ବୋଲି ଜଟାଧାରୀ ପ୍ରଧାନ କହିଛନ୍ତି । ଗୋଟିଏ ଏକର ଜମିରେ ଡ୍ରାଗନ ଫୁଡ ଚାଷ କଲେ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରକାର ସମସ୍ତ ପ୍ରକାରର ସାହାଯ୍ୟ କରାଯିବ ବୋଲି କହିଛନ୍ତି ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.