ETV Bharat / state

ବିଶ୍ଵ ମୃତ୍ତିକା ଦିବସ: ଚାଷୀଙ୍କୁ ମୃତ୍ତିକାର ପରୀକ୍ଷା ପାଇଁ ପରାମର୍ଶ

author img

By

Published : Dec 5, 2020, 9:57 PM IST

ବିଶ୍ଵ ମୃତ୍ତିକା ଦିବସରେ ଅବସରରେ ବରଗଡ ବିଜୁ ପଟ୍ଟନାୟକ ହଲରେ ବରଗଡ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ । ଅଧିକ ପଢନ୍ତୁ...

World Soil Day: Farmers of Bargarh are advised to soil test
ବିଶ୍ଵ ମୃତ୍ତିକା ଦିବସରେ ବରଗଡର ଚାଷୀଙ୍କୁ ମୃତ୍ତିକାର ପରୀକ୍ଷା ପାଇଁ ପରାମର୍ଶ

ବରଗଡ: ଆଜି ବିଶ୍ଵ ମୃତ୍ତିକା ଦିବସ । ଏହି ଅବସରରେ ବରଗଡ ବିଜୁ ପଟ୍ଟନାୟକ ହଲରେ ବରଗଡ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । ବରଗଡ ଜିଲ୍ଲାର ଚାଷୀଙ୍କୁ ମୃତ୍ତିକା ଉପରେ ଯତ୍ନବାନ ହୋଇ ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଏବଂ ବିଭିନ୍ନ ଜୈବିକ ଖତ ଓ ସାରର ଉପଯୋଗକୁ ଅଧିକ ଗୁରୁତ୍ୱ ଦେବା ବିଷୟରେ ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବରଗଡ ସାଂସଦ ସୁରେଶ ପୁଜାରୀ ଓ ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ ।
ବରଗଡ ଜ଼ିଲ୍ଲାର ପ୍ରାୟ 100 ଜଣ ଚାଷୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଚାଷୀଙ୍କୁ ନିଜ ବିଲର ମାଟି ପରୀକ୍ଷା କରି ମାଟିରେ କେଉଁ ଉପାଦାନ କମ ରହିଛି ସେହି ଅନୁଯାୟୀ ସାର ଓ ଖତ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା ।

ଏପରି କରିବା ଦ୍ଵାରା ଭଲ ଫସଲ ହେବା ସହିତ ପୋକ ଜୋକ ଜନିତ ମାଧ୍ୟ ରକ୍ଷା ପାଇପାରିଥାଏ । ସେଥିପାଇଁ ଚାଷୀଙ୍କୁ ମାଟି ପରୀକ୍ଷା କରାଇବାକୁ ଅଧିକ ଗୁରୁତ୍ଵ ଦେବାକୁ ପରାମର୍ଶ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.