ETV Bharat / state

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଏଥର ଭୋଟ ମାଧ୍ୟମରେ ହେବ କଳାକାର ଚୟନ - ଧନୁଯାତ୍ରାରେ କଂସ ଓ କଳାକାର ଚୟନ ନେଇ ଭୋଟ ପ୍ରକ୍ରିୟା

ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଓ କଳାକାର ଚୟନ ନେଇ ଭୋଟ ପ୍ରକ୍ରିୟା । ବରଗଡ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କୋର୍‌ କମିଟିର ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢ଼ନ୍ତୁ

world famous bargarh dhanuyatra artist will select through voting
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ଭୋଟ ମାଧ୍ୟମରେ ହେବ କଳାକାର ଚୟନ
author img

By

Published : Oct 18, 2022, 8:23 AM IST

Updated : Oct 18, 2022, 12:49 PM IST

ବରଗଡ଼: ଚଳିତ ବର୍ଷ ବରଗଡର ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚୟନ ହେବେ କଂସ ମହାରାଜ । ବିଶ୍ବ ପ୍ରସିଦ୍ଧ ଐତିହାସିକ ବରଗଡ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକା ସହ ଅନ୍ୟାନ୍ୟ କଳାକାରଙ୍କ ଚୟନ ହେବା ନେଇ ବରଗଡ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ଧନୁଯାତ୍ରା କୋର୍‌ କମିଟିର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଯେଉଁଥିରେ ଭୋଟ ମାଧ୍ୟମରେ କଳାକାର ଚୟନ ପାଇଁ ନିଷ୍ପତ୍ତି ହୋଇଛି ।

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

କୋର୍‌ କମିଟିର 19 ଜଣ ସଦସ୍ୟ ମଧ୍ୟରୁ 14 ଜଣ ସଦସ୍ୟ ନୂତନ କଳାକାର ଚୟନ ସପକ୍ଷରେ ଭୋଟ ଦେଇଥିବାବେଳେ ମାତ୍ର 5 ଜଣ ସଦସ୍ୟ ଏହାର ବିପକ୍ଷରେ ରହିଥିଲେ । ତେବେ କଳାକାର ଚୟନ ପାଇଁ ଅଧିକ ଭୋଟ ଆସିଥିବାରୁ 2022-23 ଧନୁଯାତ୍ରାରେ ପୁଣି କଂସ ଭୂମିକା ସହିତ ଅନ୍ୟାନ୍ୟ ସମସ୍ତ କଳାକାର ପାଇଁ ଚୟନ ପ୍ରକ୍ରିୟା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଏନେଇ ଜିଲ୍ଲାପାଳ କହିଛନ୍ତି, "ଆସନ୍ତା ଡିସେମ୍ବର ୨୭ ତାରିଖରୁ ଜାନୁୟାରୀ ୬ ତାରିଖ ପର୍ଯ୍ୟନ୍ତ ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ମହୋତ୍ସବ ହେବାକୁ ଥିବାବେଳେ କଂସ ଭୂମିକା ପାଇଁ ଆସନ୍ତା ୨୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ କଳାକାରମାନେ ADMଙ୍କ କାର୍ଯ୍ୟାଳୟରେ ଆବେଦନ କରି ପାରିବେ । ନଭେମ୍ବର ୧୦ ତାରିଖରେ କଂସ ଭୂମିକା ପାଇଁ ଚୟନ ପ୍ରକ୍ରିୟା ହେବ ।"

ଏହା ମଧ୍ୟ ପଢ଼ନ୍ତୁ: ବରଗଡ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତାଙ୍କ ଦେହାନ୍ତ

ବରଗଡ ଧନୁଯାତ୍ରା ମହୋତ୍ସବ ସମିତିର କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ନେଇ ବରଗଡ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକାରୀ କମିଟିର ବୈଠକ ହୋଇଥିବାବେଳେ ବୈଠକରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, SP, ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କାର୍ଯ୍ୟକାରୀ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ଼

Last Updated : Oct 18, 2022, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.