ETV Bharat / state

ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟାକାଣ୍ଡ ପଛର ରହସ୍ୟ କଣ ?

ସେହି ମୃତ ଦେହଟି ଜଗଦଲପୁର ଥାନା ଅନ୍ତର୍ଗତ ବାଦିକଟା ଗ୍ରାମ ନିବାସୀ ସୁରେଶ ସାହୁଙ୍କ ଝିଅ ରେବତୀ ସାହୁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |

womans-decomposed-body-rescued-what-is-the-secret-behind-the-murder
ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟାକାଣ୍ଡ ପଛର ରହସ୍ୟ କଣ ?
author img

By

Published : Jun 13, 2020, 6:01 AM IST

ବରଗଡ: ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ନିକଟବର୍ତ୍ତୀ ଫ୍ରେଜରପୁର ଓ ଛେଲିଆମାଲ ଗ୍ରାମ୍ୟ ଜଙ୍ଗଲରୁ ଗତକାଲି ଉଦ୍ଧାର ହୋଇଥିଲା ଜଣେ ମହିଳାଙ୍କର ଗଳିତ ମୃତଦେହ । ତେବେ ସେହି ମୃତ ଦେହଟି ଜଗଦଲପୁର ଥାନା ଅନ୍ତର୍ଗତ ବାଦିକଟା ଗ୍ରାମ ନିବାସୀ ସୁରେଶ ସାହୁଙ୍କ ଝିଅ ରେବତୀ ସାହୁ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି |

ଗତ ସୋମବାର ଦିନରୁ ରେବତୀ ସାହୁ ନିଖୋଜ ଅଛନ୍ତି ବୋଲି ବାପ ଘର ସମେତ ଶାଶୁ ଘର ମଧ୍ୟ ଥାନାରେ ଅଭିଯୋଗ କରିଥିଲେ | ସୂଚନା ଅନୁଯାୟୀ ବାଦିକଟା ଗ୍ରାମ ନିବାସୀ ସୁରେଶ ସାହୁଙ୍କ ଝିଅ ରେବତୀ ସାହୁ ବିଗତ ୧୧ ବର୍ଷ ତଳେ ପଦ୍ମପୁର ଥାନା ଅଞ୍ଚଳରେ ଯାଉଥିବା ବଗାଇଜୁରି ଗ୍ରାମରେ ବିବାହ କରିଥିଲେ | ତେବେ ଗତ ସୋମବାର ଦିନରୁ ରେବତୀ ନିଖୋଜ ରହିଥିବା ଥାନାରେ ଏତଲା କରାଯାଇଥିଲା । ଯାହାର ସନ୍ଧାନ କଲାପରେ ମଧ୍ୟ ପୋଲିସକୁ କୌଣସି ଖବର ମିଳିପାରି ନଥିଲା |

ଗୁରୁବାର ମହିଳା ଜଣଙ୍କର ଗଳିତ ମୃତଦେହ ଜଙ୍ଗଲ ଭିତରେ ମିଳିବାରୁ ପୋଲିସ ରେବତୀ ହୋଇଥିବା ବୋଲି ସନ୍ଦେହ କରି ତାଙ୍କ ପରିବାର ଲୋକଙ୍କୁ ଡକାଇଥିଲେ । ମାତ୍ର ମହିଳା ଜଣଙ୍କର ମୁଣ୍ଡକୁ ଅମାନୁଷିକ ଭାବେ ଆଘାତ କରାଯାଇଛି । ଯାହା ଫଳରେ ଚିହ୍ନିବା କଷ୍ଟକର ହୋଇଛି ପରିବାର ଲୋକଙ୍କୁ | ହେଲେ ମହିଳା ଜଣଙ୍କର ବସ୍ତ୍ରରୁ ପରିବାର ଲୋକେ ରେବତୀ ସାହୁ ବୋଲି ଅନୁମାନ କରୁଥିବା ପୋଲିସ ଜଣାଇଛି | ତେବେ କିଏ ଓ କାହିଁକି ଏଭଳି ହତ୍ୟାକାଣ୍ଡ ଘଟାଇଛି ତାହା ଏବେ ପୋଲିସ ପାଇଁ ଚେଲେଞ୍ଜ ହୋଇଛି |

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.