ବରଗଡ: ଜିଲ୍ଲାରେ ଜଣେ ମନ୍ଦିର ଭରୁଆ(ପୂଜକ) ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣି ଭଟଲି ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା । ସେପଟେ ମନ୍ଦିର ପୂଜକ ଏଭଳି ଅଭିଯୋଗକୁ ଭିତ୍ତିହୀନ କହିବା ସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସଫେଇ ଦେଇଛନ୍ତି ।
ବରଗଡ ଜିଲ୍ଲା ଭଟଲି ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ କେହି ଗୁଣି କରିଥିବା ନେଇ ପରିବାର ଲୋକେ ଆଶଙ୍କା କରିଥିଲେ । ମହିଳାଙ୍କୁ ଗୁଣି ସନ୍ଦେହରେ ପରିବାର ଲୋକେ କର୍ଲାଜୁରୀ ଗାଁର ସାଧକ ତଥା ଦେବୀ ମନ୍ଦିର ପୂଜକ ବିଜୟ ନାୟକଙ୍କ ପାଖକୁ ନେଇଥିଲେ । ତେବେ ପୂଜକ ପୂଜା କରି ଗୁଣି ଝାଡ଼ିବା ବାହାନାରେ ମହିଳାଙ୍କ ସହ ଦୁର୍ଷ୍କମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଏନେଇ ଭଟଲି ଥାନାରେ ଅଭିଯୋଗ ହେବା ପରେ ପୋଲିସ ପୂଜକଙ୍କୁ ଆଣି ଥାନାରେ ପଚରାଉଚରା କରିବା ସହ ପିଡୀତାଙ୍କ ଡାକ୍ତରୀ ମାଇନା କରାଇଛି ।
ଭଟଲି ଥାନାରେ ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ବିଜୟ ନାୟକଙ୍କୁ ଗିରଫ କରିଛି । ସେପଟେ ପୂଜକଙ୍କ ବିରୋଧରେ ମିଥ୍ୟାରୋପ କରାଯାଇଥିବା ନେଇ ଗ୍ରାମବାସୀ କହିଛନ୍ତି ।
ଇଟିଭି ଭାରତ, ବରଗଡ