ETV Bharat / state

ବ୍ୟାପକ ହେଉଛି ଚାଷୀ ଆନ୍ଦୋଳନ; ଆଜି ଅତାବିରା ବନ୍ଦ - ପ୍ରଶାସନ ସହ ଆଲୋଚନା ବିଫଳ

ଟୋକନ ବ୍ୟବସ୍ଥାକୁ ବିରୋଧ। ଯାହାକୁ ନେଇ ଚାଷୀ ଏବେ ଚରମବାଣୀ ସରକାରଙ୍କୁ ଶୁଣାଇଛନ୍ତି । ଟୋକନ ବ୍ୟବସ୍ଥା ବିରୋଧରେ 2ଦିନ ହେଲା ସମଗ୍ର ପଶ୍ଚିମଓଡିଶାରେ ଏବେ ଦେଖାଦେଇଛି ଚାଷୀ ଆନ୍ଦୋଳନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Nov 20, 2019, 5:27 AM IST

ବରଗଡ/ସମ୍ବଲପୁର: ରାଜ୍ୟରେ ଆରମ୍ଭ ହୋଇଛି ଖରିଫ ଧାନ କିଣା । ସରକାର ଚାଷୀଙ୍କୁ ଧାନ ବିକ୍ରି ପାଇଁ ଟୋକନ ବ୍ୟବସ୍ଥା କରିଛନ୍ତି । ଯାହାକୁ ନେଇ ଚାଷୀ ଏବେ ଚରମବାଣୀ ସରକାରଙ୍କୁ ଶୁଣାଇଛନ୍ତି । ଟୋକନ ବ୍ୟବସ୍ଥା ବିରୋଧରେ 2ଦିନ ହେଲା ସମଗ୍ର ପଶ୍ଚିମ ଓଡିଶାରେ ଏବେ ଦେଖାଦେଇଛି ଚାଷୀ ଆନ୍ଦୋଳନ । ମଙ୍ଗଳବାର ସମ୍ବଲପୁର ଓ ବରଗଡରେ ଚାଷୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି । ପ୍ରଶାସନ ସହ ଆଲୋଚନା ବିଫଳ ହେବାପରେ ଆଜି ଚାଷୀ ନିଜ ନିଜ ବିଧାୟକଙ୍କୁ ଘେରିଛନ୍ତି । ସମ୍ବଲପୁର ଜିଲ୍ଲାର 3ଜଣ ବିଧାୟକଙ୍କ ଘର ଆଗରେ ଆଜି ଟ୍ରାକ୍ଟର ଭର୍ତ୍ତୀ ଧାନ ରଖି ପ୍ରତିବାଦ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସମ୍ବଲପୁର, ରେଢାଖୋଲ, ରେଙ୍ଗାଳିର ଓ କୁଚିଣ୍ଡା ବିଧାୟକଙ୍କ ଘର ଆଗରେ କରିଛନ୍ତି ଆନ୍ଦୋଳନ । ଧାନ ବୋଝେଇ ଟ୍ରାକ୍ଟର ଆଣି ଚାଷୀ ସାରା ଦିନ ଆନ୍ଦୋଳନ କରିବା ପରେ ମଧ୍ୟ କୌଣସି ପଦକ୍ଷେପ ନେଇନାହାଁନ୍ତି ସରକାର । ଓଲଟି ବିଭାଗୀୟ ମନ୍ତ୍ରୀ 3ମାସ ପର୍ଯ୍ୟନ୍ତ କୌଣସି ନିଷ୍ପତି ଟୋକନ ଉପରେ ନିଆଯିବ ନାହିଁ ବୋଲି ବିଧାନସଭାରେ କହିଛନ୍ତି । ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ଶୁଣି ଆହୁରି ତାତିଛନ୍ତି । ଫଳରେ ଏହି ଆନ୍ଦୋଳନ ବ୍ୟାପିପାରେ ।

ସେପଟେ ବରଗଡ ଜିଲ୍ଲାରେବି ଟୋକନ ବ୍ୟବସ୍ଥାକୁ ବିରୋଧ କରି ଚାଷୀ ଆନ୍ଦୋଳନ ତୀବ୍ର ହୋଇଛି । ସାରା ଦିନ ସମସ୍ତ ସରକାରୀ ଅଫିସରେ ତାଲା ପକାଇଛନ୍ତି ଚାଷୀ । ଫଳରେ ସଂଧ୍ୟାରେ ବସିଥିବା ଚାଷୀ ଓ ପ୍ରଶାସନ ମଧ୍ୟରେ ବୈଠକ ବିଫଳ ହୋଇଛି । ଫଳରେ ବୁଧବାର ଅତାବିରା ବ୍ଲକ ବନ୍ଦ ଡାକରା ଦେଇଛି ଚାଷୀ ସଂଗଠନ | ଏହାକୁ ନେଇ ସାରା ପଶ୍ଚିମ ଓଡିଶାରେ ଏବେ ବଢିବାରେ ଲାଗିଛି ଚାଷୀ ଆନ୍ଦୋଳନ । ତେବେ ସରକାର ନିଜ ଆଭିମୁଖ୍ୟରେ ରହୁଛନ୍ତି ନା ଚାଷୀଙ୍କ ଦାବିକୁ ଗ୍ରହଣ କରୁଛନ୍ତି ଏବେ ତାଉପରେ ନଜର ।

ବରଗଡରୁ ରାଜେସ ସରାପ, ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣାଓ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ ଇଟିଭି ଭାରତ

Intro:ଟୋକନ ବ୍ୟବସ୍ଥାକୁ ବିରୋଧ କରି ଓଡ଼ିଶାର ଭାତହାଣ୍ଡିରେ ବଢିଚାଲିଛି ଚାଷୀଙ୍କ ଆନ୍ଦୋଳନ । ଗତକାଲି ଅତାବିରା ଠାରେ ଚାଷୀମାନେ ଆନ୍ଦୋଳନ  ଆରମ୍ଭ କରିଥିବା ବେଲେ  ଆଜି ବରଗଡ଼ ଜିଲ୍ଲା ଯୋଗାଣ ଅଫିସ ଓ ଜିଲ୍ଲାପାଳ ଅଫିସ ସହିତ ସମସ୍ତ ସରକାରୀ ଅଫିସକୁ ଅଚଳ କରିଦେଇଛନ୍ତି ଜିଲ୍ଲାର ଚାଷୀ। ଗତ ୧୫ ତାରିଖରୁ  ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଲେ ରାଜ୍ୟ ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ବିରୋଧ ବଢିବାରେ ଲାଗିଛି। 

    Body:ଆଜି ବରଗଡ଼  ଜିଲା ଯୋଗାଶ ଅଧିକାରୀଙ୍କ କାର୍ଯାଳୟରେ ଚାଷୀମାନେ ତାଲା ପକାଇଛନ୍ତି । ଅଫିସ ଭିତରେ ବସିଥିବା ଡିଆରସିଏସ ଭକ୍ତବନ୍ଧୁ ସାହୁ, ଏଆରସିଏସ ଶରତ ଚନ୍ଦ୍ର ପାଣିଗ୍ରାହୀ, ଏସିଏସଓ ଡି. ସି ଭେସ୍ରାଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଅଫିସ ଭିତରୁ ବାହାର କରି ଦେଇଥିଲେ ଏବଂ ତାଲା ପକାଇଥିଲେ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଚାଷୀ ମାନେ ଅଚଳ କରିଦେଇଛନ୍ତି ।   ଓଡିଶା ରାଜ୍ୟ କୃଷକ ସଂଗଠନର ସଭାପତି ଗୌରଚନ୍ଦ୍ର ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଏଥିରେ ସାମିଲ ଅଛନ୍ତି । ଏବେ କେବଳ ଆନ୍ଦୋଳନର ନମୁନା ମାତ୍ର କିନ୍ତୁ ରାଜ୍ୟ ସରକାର ଶୀଘ୍ର ଏହି ଟୋକନ ବ୍ୟବସ୍ଥା କୁ ବାତିଲ ନକଲେ ସମସ୍ତ ଅଫିସ, ରୋଡ଼ ରାସ୍ତା ଏବଂ ବିଧାୟକ ମାନଙ୍କ ଘର ସମ୍ମୁଖରେ ଧାନ ବସ୍ତା ସବୁ ପକେଇ ଆନ୍ଦୋଳନ କୁ ଆହୁରି ତିବ୍ରତର କରିବେ  ବୋଲି କହିଛନ୍ତି ଚାଷୀ।

ଇଟ 1- ଟିକେଶ୍ଵର ପ୍ରଧାନ ( ଚାଷୀ ) ଭିଡିଓ , ବାଇଟ ମୋଜୋରେ ଯାଇଛି od_bgh_chashi_7203682
ବାଇଟ 2- ଅଶୋକ ପ୍ରଧାନ ( ଚାଷୀ ) ଭିଡିଓ , ବାଇଟ ମୋଜୋରେ ଯାଇଛି od_bgh_chashi_7203682
ବାଇଟ 3- ଟିକେଲାଲ ମିଶ୍ର ( ( ଚାଷୀ ) ଭିଡିଓ ,ବାଇଟ wrap ରେ ଯାଇଛି od_bgh_chashi_bite3_7203682Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.