ETV Bharat / state

ବରଗଡ ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ଥଣ୍ଡା ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

author img

By

Published : May 21, 2023, 10:32 AM IST

ବରଗଡ ମୁଖ୍ୟ ଚିକିତ୍ସାଳୟରେ ନାହିଁ ଥଣ୍ଡା ପାଣିର ବ୍ୟବସ୍ଥା । ଖରା ସାଙ୍ଗରୁ ମେଡିକାଲରେ ଅବ୍ୟବସ୍ଥା କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ବରଗଡ ମୁଖ୍ୟ ଚିକିତ୍ସାଳୟରେ ନାହିଁ ଥଣ୍ଡା ପାଣିର ବ୍ୟବସ୍ଥା

ବରଗଡ: ତିଆରି ହୋଇଛି ସାତ ମହଲା ବିଶିଷ୍ଟ ସରକାରୀ ଡାକ୍ତରଖାନା । ରାତି ପାହିଲେ ଆସୁଛନ୍ତି ଶହ ଶହ ରୋଗୀ । ହେଲେ ବିଡମ୍ବନାର ବିଷୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ନାହିଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା । ଏପଟେ ଗ୍ରୀଷ୍ମ ପ୍ରବାହ କାରଣରୁ ଲୋକେ ଛଟପଟ ହେଉଥିବା ବେଳେ ହସ୍ପିଟାଲରେ ପାଣିର ବ୍ୟବସ୍ଥା ନଥିବାରୁ ରୋଗୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ସାତ ମହଲା ବିଶିଷ୍ଟ ବରଗଡ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ନାହିଁ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା । ଡାକ୍ତରଖାନାକୁ ଆସୁଥିବା ରୋଗୀ ତଥା ପରିଜନମାନେ ପ୍ରବଳ ଗ୍ରୀଷ୍ମରେ ଡହଳବିକଳ ହୋଇପଡୁଥିବା ବେଳେ ଥଣ୍ଡା ପାଣି ଟିକକ ପାଇଁ ବହୁ ହଟହଟା ହେଇପଡୁଛନ୍ତି । ହସ୍ପିଟାଲରେ ଥଣ୍ଡା ପାନୀୟ ଯୋଗାଉଥିବା ଫ୍ରିଜର ମେସିନ ନାହିଁ ତାହା ନୁହେଁ ବରଂ ହସ୍ପିଟାଲରେ ସମୁଦାୟ 9 ଗୋଟି ଫ୍ରିଜର ମେସିନ ରହିଥିଲେ ମଧ୍ୟ ସମସ୍ତ ମେସିନ ଅକାମି ହୋଇ ପଡିରହିଛି । ସରକାର ହସ୍ପିଟାଲରେ ଥଣ୍ଡା ପାନୀୟ ଜଳ ପାଇଁ ଫ୍ରିଜର ମେସିନ ସବୁ ଯୋଗେଇ ଦେଇଛନ୍ତି ମାତ୍ର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଫ୍ରିଜର ମେସିନ ଥାଇ ମଧ୍ୟ ତାହା ଜନସାଧାରଣଙ୍କ କୌଣସି କାମରେ ଆସୁନାହି ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ପିଇବା ପାଣି ଟୋପାଏ ଯୋଗାଇଦେବରେ ବିଫଳ ହୋଇଚଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ଚଳିତ ବର୍ଷ ୪୫ ଡିଗ୍ରୀ ଗରମରେ 7 ମହଲା ବିଶିଷ୍ଠ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିଇବା ପାଣି ଟୋପାଏ ନପାଇ ରୋଗୀ ତଥା ରୋଗୀର ପରିବାର ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । 7 ମହଲା ବିଶିଷ୍ଠ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ 125 ଟି କୋଠରୀରେ ଦୈନିକ ପ୍ରାୟ 500ରୁ ଊର୍ଦ୍ଧ୍ବ ରୋଗୀ ଅନ୍ତଃ ବିଭାଗରେ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ 9 ଗୋଟି ଫ୍ରିଜର ମେସିନ ସବୁ ଅଚଳ ହୋଇ ପଡିରହିଛି ।

ଅନ୍ୟପଟେ ରୋଗୀ ତଥା ରୋଗୀଙ୍କ ପରିଜନମାନେ ପିଇବା ପାଣି ଟିକକ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । କେତେକ ଲୋକ ଲିଟର ପିଛା 20 ଟଙ୍କା ଦେଇ ପାଣି କିଣିକି ନେଉଥିବା ବେଳେ କେତେକ ଲୋକ ଚିକିତ୍ସାଳୟ ଆଖ ପାଖରେ ଥିବା ସ୍ଥାନୀୟ ବାସିନ୍ଦାଙ୍କୁ ପାଣି ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳୁଛି ।

ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଶୀତତାପ ନିୟନ୍ତ୍ରଣ କୋଠରୀର ବ୍ୟବସ୍ଥା କରାଯାଇଛି ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଅଂଶୁଘାତ ରୋଗୀଙ୍କ ପାଇଁ ନିର୍ମିତ ଏହି କୋଠରୀରେ ଲାଗିଥିବା ଶୀତ ତାପ ନିୟନ୍ତ୍ରଣ ମେସିନ ଅକାମି ହୋଇପଡିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ସମସ୍ତ ସମସ୍ୟା ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ଅବଗତ ଥିଲେ ମଧ୍ୟ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.