ETV Bharat / state

ବିଜେପୁର ଉପନିର୍ବାଚନ: ଭୋଟ ଦେବନି ସାନ ସାହାଜବାହାଲ - ପଞ୍ଚାୟତ ମୁଖ୍ୟାଳୟ ଠାରୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଗୋଟିଏ ମଧ୍ୟ ହୋଇନାହିଁ

2018 ମସିହାରୁ ବିଜେପୁର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଫୋକସ କରୁଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ହେଲେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ବାହାରେ ଏହି ଅଞ୍ଚଳ । ଯହାଦ୍ବାରା ବାରମ୍ବାର ଦାବି ସତ୍ବେ ହୋଇପାରୁନାହିଁ ରାସ୍ତା ଖଣ୍ଡେ । କେବଳ ଏଥିପାଇଁ ବିଜେପୁର ଉପନିର୍ବାଚନ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସାନ ସାହାଜବାହାଲ ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 8, 2019, 5:50 PM IST

ବରଗଡ: ପଲିଟିକାଲ ହଟସ୍ପଟ୍ ବିଜେପୁର ଉପ-ନିର୍ବାଚନ ପାଇଁ ଏବେ ସବୁ ରାଜନୈତିକ ଦଳର ହେଭିୱେଟ ଡେରା ପକାଇଛନ୍ତି ବିଜେପୁରରେ । ନିଜ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁ ଦଳ ପ୍ରତିଶୃତି ବର୍ଷା କରୁଛନ୍ତି । ବିକାଶର କଥା କହୁଛନ୍ତି । ହେଲେ ଏଠି କେତେ ବିକାଶ ହୋଇଛି ତାହା ସ୍ପଷ୍ଟ ବାରି ହେଉଛି ସାନ ସାହାଜବାହାଲ ଗ୍ରାମରୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନା ଅନୁସାରେ ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତଥା ଗାଇସିଲେଟ ବ୍ଲକ ଅନ୍ତର୍ଗତ ସାନ ସାହାଜବାହାଲ ଗ୍ରାମକୁ ପଞ୍ଚାୟତ ମୁଖ୍ୟାଳୟ ଠାରୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ମଧ୍ୟ ହୋଇନାହିଁ । ଦୀର୍ଘ ଦିନରୁ ଏଠାକାର ସ୍ଥାୟୀ ବାସିନ୍ଦା ଏକ ରାସ୍ତା ପାଇଁ ଦାବି କରିଆସୁଥିଲେ ମଧ୍ୟ ପ୍ରତ୍ୟେକ ନିର୍ବାଚନ ଓ ଉପ-ନିର୍ବାଚନ ସମୟରେ ନେତା ଓ ମନ୍ତ୍ରୀ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ପ୍ରତିଶୃତି ପୂରଣ କରିବାରେ ସମର୍ଥ ହୋଇନାହାଁନ୍ତି ।

ଏହି ରାସ୍ତା ଉପରେ ଖାଲିଯେ ସାନ ସାହାଜବାହାଲ ଗ୍ରାମବାସୀ ନିର୍ଭର କରନ୍ତି ତାହା ନୁହେଁ ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ବ୍ଲକ ଅଧିନସ୍ଥ ଗ୍ରାମ ଗୁଡିକର ଲୋକେ ମଧ୍ୟ ବ୍ୟବହାର କରିଥାନ୍ତି । ଏହାସତ୍ବେ ବିଜେପୁରର ଦାୟିତ୍ବ ନେଇଥିବା ମୁଖ୍ୟମନ୍ତ୍ରୀଙ୍କର ନଜର ପଡୁନାହିଁ ସାନ ସାହାଜବାହାଲ ଗ୍ରାମଉପରେ ।

ଫଳରେ ଆସନ୍ତା ଉପ-ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସାନ ସାହାଜବାହାଲ ଗ୍ରାମବାସୀ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ ଆସନ୍ତା ୨୧ ତାରିଖରେ ଉପନିର୍ବାଚନ ହେବାକୁ ଥିବାବେଳେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ସାନ ସାହାଜବାହାଲ ଗ୍ରାମବାସୀ |ଏହି ନିର୍ବାଚନ ମଣ୍ଡଳୀର ଗାଇସିଲେଟ ବ୍ଲକ ଅନ୍ତର୍ଗତ ସାନ ସାହାଜବାହାଲ ଗ୍ରାମକୁ ଗମନାଗମନ ପାଇଁ ମଧ୍ୟ ସୁବିଧା ନଥିବାରୁ ଚଳିତ ଉପନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି |
Body:ଦେଶ ସ୍ଵାଧୀନତାର ୭୨ ବର୍ଷ ପରେ ମଧ୍ୟ ଗାଇସିଲେଟ ପଞ୍ଚାଯତ ସମିତି ମୁଖ୍ୟାଳୟରୁ ସାନ ସାହାଜବାହାଲ ଗ୍ରାମକୁ କୌଣସି ରାସ୍ତା ନଥିବାରୁ ଏଠାକାର ବାସିନ୍ଦା ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଦୀର୍ଘ ଦିନରୁ ଏଠାକାର ସ୍ଥାୟୀ ବାସିନ୍ଦା ଏହି ରାସ୍ତା ପାଇଁ ଦାବି କରିଆସୁଥିଲେ ମଧ୍ୟ ପ୍ରତେକ ନିର୍ବାଚନ ଓ ଉପନିର୍ବାଚନ ସମୟରେ ନେତା ଓ ମନ୍ତ୍ରୀ ମାନେ କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଇ ଚାଲିଛନ୍ତି | ନିକତସ୍ଥ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକ ଅଧିନସ୍ଥ ଗ୍ରାମ ମାନଙ୍କର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି ଯାହାକି ଅତି ସଙ୍କୀର୍ଣ ଓ ବିପଦପୂର୍ଣ ଅଟେ , ଆହୁରି ମଧ୍ୟ ପ୍ରତିଦିନ ଏହି ରାସ୍ତାରେ ଦୁଇ ଚକିଆ ଓ ଚାରିଚକିଆ ଯାନବାହାନ ଯାତାୟାତ କରୁଥିବାରୁ ଏଠାକାର ଲୋକେ ବହୁ ସଡକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି |
ତେବେ ରାସ୍ତାଘାଟ ପରି ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ଥିବା ସାନ ସାହାଜବାହାଲ ଗ୍ରାମବାସୀ ଏକତ୍ରିତ ହୋଇ ଆସନ୍ତା ୨୧ ତାରିଖରେ ହେବାକୁ ଥିବା ବିଜେପୁର ଉପନିର୍ବାଚନରେ ମତଦାନକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି |Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.